ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୋର ଧରିଲା ଆଇଏଏସ ଗସ୍ତ ପଲିଟିକ୍ସ । ଅଫିସରଙ୍କ ବିରୋଧରେ ନିଆଯାଉ କାର୍ଯ୍ୟାନୁଷ୍ଠାନ । ଜଣେ ଅଫିସର ଅଲ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ ଉଲ୍ଲଘଂନ କରୁଛନ୍ତି । ଆଉ ସେ ହେଉଛନ୍ତି ଓଡ଼ିଶା କ୍ୟାଡରର । ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଉ । ଏଭଳି କହି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚିଠି କରିଛନ୍ତି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ । ଜଣେ ସଚିବଙ୍କ କାର୍ଯ୍ୟକୁ ଦୀର୍ଘ ଦିନ ହେଲା ବିରୋଧ କରିଆସୁଛନ୍ତି ବିରୋଧୀ। ଭୁବନେଶ୍ୱର ସାଂସଦ ଓ ରାଜ୍ୟ ବିଜେପି ସଭାପତି ଏନେଇ ଅଭିଯୋଗ କରିଥିଲେ । ଜଣେ ପ୍ରଶାସନିକ ଅଧିକାରୀ, ରାଜନେତାଙ୍କ କାର୍ଯ୍ୟ କରୁଛନ୍ତି କାହିଁକି? ଏଭଳି କହି ସରକାରଙ୍କୁ ଘେରି ଆସୁଥିଲେ ବିରୋଧୀ । ଆଉ ଶେଷରେ ସଂପୂର୍ଣ୍ଣ ଘଟଣା ଉପରୁ ପରଦା ଉଠାଇବା ସହ ସେହି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବକୁ ଚିଠି କରିଛନ୍ତି କେନ୍ଦ୍ର ସରକାର । ଆଉ ଏହାପରେ ଓଡ଼ିଶା ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହେବା ସହ ମୁଖ୍ୟ ସଚିବଙ୍କ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’