Masthead

ଜାରିହେଲା ଜାନୁଆରୀର ଗାଇଡଲାଇନ: ଜିରୋନାଇଟ ସେଲିବ୍ରେସନକୁ ନା

ସିନେମା ହଲ୍ ଖୋଲିବାକୁ ସରକାରଙ୍କ ଗ୍ରୀନ୍ ସିଗନାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବାପେକ୍ଷା ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତ ଗାଇଡଲାଇନ । କିଛିଟା କଟକଣା ମଧ୍ୟରେ ଜାନୁଆରୀରେ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ସରକାର ଉଦ୍ୟମ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅନଲକ ଗାଇଡଲାଇନ୍ ଅନୁରୂପକ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତି ନିଆଯାଇଛି। ସେପଟେ ସିନେମା ହଲ୍ ଓ ଥିଏଟର ଆଦିକୁ ସରକାର ଗ୍ରୀନ ସିଗନାଲ ଦେଇଥିବାବେଳେ ନୂଆ ବର୍ଷରେ ସେଲିବ୍ରେସନ ଅର୍ଥାତ ଜିରୋ ନାଇଟ ସେଲିବ୍ରେସନକୁ ସମ୍ପୂର୍ଣ୍ଣ ରୂପରେ ନା କରିଛନ୍ତି । ସିନେମା ହଲଗୁଡ଼ିକୁ ଅଧା ଲୋକରେ ଚାଲିବାକୁ ଅନୁମତି ଦିଆଯାଇଥିବା ବେଳେ ଯାତ୍ରା, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିୟମ ଆଦି ପାଇଁ ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଦେଇଛନ୍ତି ସରକାର।

ପ୍ରଥମଥର ପାଇଁ ଜାନୁୟାରୀ ୩୧ତାରିଖ ପର୍ୟ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ସମାବେଶରେ ସର୍ବାଧିକ ୨୦୦ଜଣ ଲୋକଙ୍କୁ ଅନୁମତି ମିଳିଛି । ସେହିପରି ବାହାଘରରେ ୨୦୦ ଓ ମୃତକର୍ମରେ ସର୍ବାଧିକ ୧୦୦ଜଣଙ୍କୁ ସାମିଲ ପାଇଁ ଅନୁମତି ମିଳିଛି। ସର୍ବପରି କୋଭିଡ ଗାଇଡଲାଇନ ଯଥା- ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ, ସାନିଟାଇଜର ବ୍ୟବସ୍ଥା ବଳବତ୍ତର ରହିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା । ଏହି ଗାଇଡଲାଇନର ଅବଧି ଜାନୁୟାରୀ ୧ରୁ ୩୧ତାରିଖ ପର୍ୟ୍ୟନ୍ତ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ଭୋଟର ତାଲିକାରେ କ୍ୟାଟ୍ କୁମାରଙ୍କୁ ନେଇ ଚର୍ଚ୍ଚା 🔴 ଆଖି ବୁଜିଲେ ବରଗଡ଼ ନାବାଳିକା 🔴 ଶ୍ରୀମନ୍ଦିରରେ ନକଲି ଗୁମାସ୍ତା 🔴 ପୁଣି ପ୍ରେମୀ ଯୁଗଳଙ୍କ ବେକରେ ଜୁଆଳି 🔴 ନାବାଳିକା ପୋଡ଼ି, ତଦନ୍ତ ପାଇଁ ଟିମ ଗଠନ 🔴 ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ, ଯୁବକଙ୍କୁ ବାନ୍ଧି ନିର୍ଧୁମ ମାଡ଼ 🔴 ଧନରାଜଙ୍କ ପାଇଁ ଗଲା ଆଉ ଏକ ଜୀବନ 🔴 ୧୨ ଘଣ୍ଟିଆ ରାଇଘର  ବନ୍ଦ 🔴 ଝଡ ପବନ ସହ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ