Masthead

ସଂସଦରେ ‘ଗୋ’ ମୂତ୍ର ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଡିଏମକେ ନେତା ସେନ୍ଥିଲ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ଗୋ’ ମୂତ୍ର ମନ୍ତବ୍ୟକୁ ନେଇ ସଂସଦରେ କ୍ଷମା ପ୍ରାର୍ଥନା କଲେ ଡିଏମକେ ନେତା ସେନ୍ଥିଲ କୁମାର । ହିନ୍ଦୀ ଭାଷାଭାଷୀ ରାଜ୍ୟମାନଙ୍କ ପାଇଁ ‘ଗୋ ମୂତ୍ର ସ୍ଥିତି’ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସେନ୍ଥିଲ କୁମାର ବୁଧବାର ଲୋକସଭାରେ ଦଃଖ ପ୍ରକାଶ କରିଛନ୍ତି । କଥା କହୁ କହୁ ଏହି ଲାଇନରେ କହିଦେଇଥିଲି ବୋଲି ସେ କହିଛନ୍ତି । ଯଦି ଏଥିରେ କେହି କଷ୍ଟ ପାଇଛନ୍ତି ତେବେ ମୁଁ ବକ୍ତବ୍ୟ ପ୍ରତ୍ୟାହାର କରିନେଉଛି । ବୁଧବାର ଲୋକସଭାରେ ଏହି ପ୍ରସଙ୍ଗ ପାଇଁ ପ୍ରାୟ ୧୮ ମିନିଟ ଗୃହ ସ୍ଥଗିତ ରଖାଯାଇଥିଲା ।

ଦୁଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ପ୍ରହଲ୍ଲାଦ ଯୋଶୀ ଲୋକସଭାରେ ଡିଏମକେ ନେତା ପିଆର ବାଲୁଙ୍କ ପାଖରୁ ସେନ୍ଥିଲ କୁମାରଙ୍କ ବିବାଦୀୟ ବକ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଥିଲେ । ଯେତେବେଳେ ଯେତେବେଳେ ବାଲୁ ତାଙ୍କ ସପ୍ଲିମେଣ୍ଟାରୀ ପ୍ରଶ୍ନ ପଚାରିବାକୁ ଠିଆ ହେଲେ ସେତେବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଉଠିପଡି ବାଲୁଙ୍କୁ ପ୍ରଥମେ ସେନ୍ଥିଲଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ । କିପରି ଜଣେ ସାଂସଦ ବିବାଦୀୟ ବକ୍ତବ୍ୟ ଗୃହରେ ଦେଇ ଖସିଯାଇପାରିବେ ବୋଲି ପଚାରିଥିଲେ ।ଏଥିପାଇଁ କିଛି ସମୟ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଏହାପରେ ପିଆର ବାଲୁ ସେନ୍ଥିଲ କୁମାରଙ୍କ ପକ୍ଷରୁ ଉତ୍ତର ଓ ଦକ୍ଷିଣଭାରତ ବକ୍ତବ୍ୟ ସଠିକ ନଥିଲା କହିଥିଲେ । ଆମ ଦଳର ମୁଖ୍ୟ ଏମେ ଷ୍ଟାଲିନ ତାଙ୍କୁ ଏଥିପାଇଁ ସତର୍କ କରାଇସାରିଛନ୍ତି ବୋଲି ଲୋକସଭାରେ କହିଥିଲେ ପିଆର ବାଲୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ 🔴 ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି 🔴 ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା 🔴 ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ 🔴 ଫେରିଗଲେ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ 🔴 ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ 🔴 ଦୋକାନ ଭିତରେ ଜଳିଗଲେ ପରିବା ଦୋକାନୀ 🔴 ପରଲୋକରେ କୋରେଇର ପୂର୍ବତନ ବିଧାୟକା ସଞ୍ଚିତା ମହାନ୍ତି 🔴 ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା