Masthead

ଆହୁରି ୫ ଦିନ କାଳବୈଶାଖୀ ବର୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟରେ ଜାରି ରହିବ ଝଡ଼ବର୍ଷା ପ୍ରଭାବ। ରାଜ୍ୟରେ ଆହୁରି ୫ ଦିନ କାଳବୈଶାଖୀ ବର୍ଷା ପ୍ରବଳ । ବର୍ଷା ନେଇ ଆଜି ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ । ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ । ୭ ତାରିଖରେ ବର୍ଷା ନେଇ ୨୬ ଜିଲ୍ଲାକୁ ୟେଲୋ ଆଲର୍ଟ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଓ ପବନ ସମ୍ଭାବନା । ଆସନ୍ତା ୧୦ ତାରିଖ ଯାଏଁ ବର୍ଷା, କମିବ ଦିନ ତାପମାତ୍ରା  । ଆଜି ସକାଳ ସାଢ଼େ ୮ଟା ଯାଏଁ ସାରା ରାଜ୍ୟକୁ ଆଲର୍ଟ ଜାରି ହୋଇଛି।

୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ।ଚାହୁଁ ଚାହୁଁ ନିର୍ଧୁମ ବର୍ଷିଲା । ଖାଲି ବର୍ଷିଲାନି, ଘନ ଘନ ବଜ୍ରପାତ ଓ ବିଜୁଳି ମାଡ଼ରେ ଚାରିଆଡ଼େ କମ୍ପିଥିଲା । କିଛି କିଛି ସ୍ଥାନରେ ପବନର ଝଟକା ୪୦ରୁ ୫୦କିମି ଡେଇଁ ଯାଇଥିଲା । ବର୍ଷା ଓ ପବନଠାରୁ ବଜ୍ରପାତର ବିକଟାଳ ରଡ଼ି ସମସ୍ତଙ୍କ ଛାତିରେ ଛନକା ପୂରାଇଥିଲା । ରାଜଧାନୀ ଭୁବନେଶ୍ୱରରୁ ନେଇ ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଢେଙ୍କାନାଳ, ଅନୁଗୁଳ, ଚାନ୍ଦବାଲି, ହୀରାକୁଦ, ଯାଜପୁରରେ ପ୍ରବଳ ବର୍ଷା ସମେତ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । ବଜ୍ରପାତରେ ନୟାଗଡ଼ରେ ଜଣେ ଓ ଗଞ୍ଜାମର ଖଲିକୋଟରେ ଆଉ ଜଣକର ମୃତ୍ୟୁ ହୋଇଛି । ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ପଶ୍ଚିମା ଝଡ଼ ଓ କାଳବୈଶାଖୀର ପ୍ରଭାବରେ ଅପରାହ୍ନରେ ବିଜୁଳି ଓ ଘଡ଼ଘଡ଼ି ସହ ପବନ ବହିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ଆସନ୍ତାକାଲି ଖୋର୍ଦ୍ଧାରେ ୩୨ମିମି ବର୍ଷା ରେକର୍ଡ ହୋଇଛି । ରାୟଗଡ଼ାରେ ୩୧.୬, ଢେଙ୍କାନାଳରେ ୨୭.୬, ଅନୁଗୁଳରେ ୧୦, ପୁରୀରେ ୭.୧, ଭୁବନେଶ୍ୱରରେ ୭.୨ ମିମି ବର୍ଷା ହୋଇଛି । ସୋମବାର କାଳବୈଶାଖୀର ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ୭ ଓ ୮ ତାରିଖ ଦୁଇ ଦିନ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକକୁ ଏହି ସତର୍କତା ଜାରି କରାଯାଇଛି । ୯ ତାରିଖ ଯାଏ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ଝଡ଼ ବର୍ଷା ଆଶଙ୍କା ଥିବା ପାଣିପାଗ ବିଭାଗ ଆକଳନ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ଆଉ ଜଣେ IPS ଦେଲେ ଇସ୍ତଫା 🔴 ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ 🔴 ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ହୋଇପାରେ ବିଳମ୍ବ 🔴 ମିଳିବ ସୁଭଦ୍ରାର ୫ମ କିସ୍ତି । 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ଆଉ ଜଣେ IPS ଦେଲେ ଇସ୍ତଫା 🔴 ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ 🔴 ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ହୋଇପାରେ ବିଳମ୍ବ 🔴 ମିଳିବ ସୁଭଦ୍ରାର ୫ମ କିସ୍ତି ।