Masthead

ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହାଡ଼ଭଙ୍ଗା ଶୀତ । ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା। ଶୀତ ଲହରି ଜାରି ରହିବା ଆଶଙ୍କାରେ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ରେକର୍ଡ କରାଯାଇଛି । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ୟ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ଜାତୀୟ ରାଜପଥରେ କୁହୁଡିର ପ୍ରଭାବ, ଜନଜୀବନ ଅସ୍ତବ୍ୟସ୍ତ ।

ଝାରସୁଗୁଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳ ୫ଟା ୩୦ ସୁଦ୍ଧା ଏଠାରେ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ କରାଯାଇଛି । ସେପଟେ ପ୍ରବଳ ଜାଡରେ ଥରୁଛି ଶିମିଳିପାଳ, ଶିମିଳିପାଳରେ ୩ପ୍ସ ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ, ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡିର ଧଳା ଚାଦର ତଳେ ଘୋଡେଇ ହୋଇଛି ଶିମିଳିପାଳ ଅଭ୍ୟାୟରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି । ଆଜି ସକାଳ ୬ ସୁଦ୍ଧା ଶିମିଳିପାଳର ଉପର ବାରାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ପ୍ସ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲାରେ ୫ପ୍ସ ଡିଗ୍ରୀ ଓ ଗୁଡ଼ଗୁଡିଆରେ ୭ପ୍ସ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି,ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ