Masthead

ପୁଣି ବିବାଦ ଘେରରେ ବିଧାୟକ

ପାଟଣାଗଡ(ବଡ଼ ଖବର ବ୍ୟୁରୋ): ପୁଣି ବିବାଦ ଘେରରେ ବିବାଦୀୟ ବିଧାୟକ ସରୋଜ ମେହେର। ବଲାଙ୍ଗିର ସାଂସଦଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପାଟଣାଗଡ଼ ବିଧାୟକ ସରୋଜ ମେହେର। ଏନେଇ ଖପ୍ରାଖୋଲ ଥାନାରେ ଏତଲା ଦେଇଛନ୍ତି ସାଂସଦଙ୍କ ପ୍ରତିନିଧି ପ୍ରବୀଣ କୁମାର ଅଗ୍ରୱାଲ । ଗତକାଲି ଖପ୍ରାଖୋଲ ବ୍ଲକ ମିଟିଂରେ ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ବିରୋଧରେ ଖରାପ ଭାଷା ପ୍ରୟୋଗ କରିଥିଲେ ବିଧାୟକ ସରୋଜ। ଏପରିକି ସାଂସଦଙ୍କୁ କୁକୁର ବୋଲି କହିଥିବା ଏତଲାରେ ଉଲ୍ଲେଖ ରହିଛି।

ତେବେ ପ୍ରଶାସନିକ ବୈଠକରେ ଏଭଳି ଅଶୋଭନୀୟ ଭାଷା ପ୍ରୟୋଗ କରି ନାରୀ ଜାତି ପ୍ରତି ଅସମ୍ମାନ କରଯାଇଛି। ବିଜେଡ଼ି ସରକାର ମା କୁ ସମ୍ମାନ ନାରା ଦେଉଥିବା ବେଳେ ଶାସକ ଦଳର ଖୋଦ୍ ଉପମୁଖ୍ୟ ସଚେତକ ସରୋଜ ମେହେର ନାରୀ ନେତ୍ରୀଙ୍କୁ ଅସମ୍ମାନ ଦେଇ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ତେଣୁ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। କେବଳ ସାଂସଦ ନୁହନ୍ତି ମିଟିଂରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି ବିଧାୟକ ସରୋଜ ମେହେର। ବୈଠକ ଆରମ୍ଭରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାରକୁ ତଡ଼ି ଦେଇଥିଲେ ବିଧାୟକ । ଏହାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଉଛନ୍ତି ଗଣମାଧ୍ୟମ ପ୍ରତିନିଧିମାନେ। ବ୍ଲକ୍ ଅଫିସ୍ ଆଗରେ ବିଧାୟକଙ୍କ ବିରୋଧରେ ଆନ୍ଦୋଳନରେ ବସିବେ।

ଏଠି ପ୍ରଶ୍ନ ଉଠୁଛି, ଖପ୍ରାଖୋଲ ବ୍ଲକର ଦୁର୍ନୀତି ଘୋଡାଇବା ପାଇଁ ମିଟିଂରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ତଡ଼ିଛନ୍ତି ବିଧାୟକ ସରୋଜ ମେହେର। ନା ସାଂସଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଯୋଜନା ଧରାପଡିଯିବା ଭୟରେ ସାମ୍ବାଦିକଙ୍କୁ ତଡ଼ିଥିଲେ। କାରଣ ଯାହା ବି ହେଉ ଜଣେ ମହିଳା ନେତ୍ରୀଙ୍କ ପ୍ରତି ବିଧାୟକଙ୍କ ଏଭଳି    ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ସୂଚନାଯୋଗ୍ୟ ଯେ, ବିଧାୟକ ଭାବେ ଜିତୁ ଜିତୁ ବିବାଦୀୟ ହୋଇ ପଡ଼ିଥିଲେ ସରୋଜ ମେହେର। ଜଣେ ଆଦିବାସୀ ଜେଇଙ୍କୁ ସର୍ବ ସମ୍ମୁଖରେ କାନ ଧରି ଉଠବସ କରାଇ ଜେଲ ଯାଇଥିଲେ ସରୋଜ ମେହେର। ଏବେ ସଂଗୀତା ସିଂଦେଓଙ୍କୁ କୁକୁର ଆଖ୍ୟା ଦେଇ ଅକଳରେ ପଡିଛନ୍ତି ସରୋଜ ମେହେର। ଏବଂ ବିଧାୟକ ସରୋଜ ମେହେରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଖପ୍ରାଖୋଲ ଥାନାରେ ଏତଲା ଦିଆଯାଇଛି। ସେପଟେ ଏନେଇ ବିଧାୟକ ସରୋଜ ମେହେରଙ୍କ ପ୍ରତିକ୍ରିୟା ମିଳପାରିନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ