ମୂର୍ତ୍ତିର ଉଚ୍ଚତାକୁ ନେଇ ଆସିପାରେ ନିଷ୍ପତି

କଟକ (ବଡ଼ ଖବର ବ୍ୟୁରୋ): କଟକରେ ମୂର୍ତ୍ତି ଉଚ୍ଚତାକୁ ନେଇ ଶାନ୍ତି କମିଟି ଓ ପୂଜା କମିଟି ସହ ସରକାରଙ୍କ ଆଲୋଚନା ଚାଲିଛି । ଦୀର୍ଘ ୮ଦିନ ଶାନ୍ତି ପୂର୍ଣ୍ଣ ଭାବେ ପୂର୍ଣ୍ଣପାର୍ବଣ ପାଇଁ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକାରେ ପରିବର୍ତ୍ତନ ପାଇଁ କଟକ ସହରର ପ୍ରାୟ ୪୦ଗୋଟି ସାମାଜିକ ସଂଗଠନ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଧାରଣା ଦେଇଥିଲେ । ସହରର ବିଭିନ୍ନ ଛକ ମାନଙ୍କରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିବା ପରେ କୌଣସି ପ୍ରଶାସନ ଅଧିକାରୀ ତାଙ୍କ ପାଖରେ ପହଞ୍ଚି ନଥିଲେ ।

ଯାହାକି ମୂର୍ତ୍ତି ଉଚ୍ଚତା ଓ ପରଦା ଆଢୁଆଳରେ ମା’ଙ୍କ ପୂଜାକୁ ବିରୋଧ କରି ବିଜେପି ଆସନ୍ତା ୧୩ ତାରିଖରେ କଟକ ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । ତାସହ ଶାସକ ଦଳ ବିଧାୟକ ସୌଭିକ୍ ବିଶ୍ବାଳ ମଧ୍ୟ ପ୍ରତିବାଦକାରୀଙ୍କ ପାଖକୁ ଯାଇ ଆଲୋଚନା କରିଥିଲେ । ମୂର୍ତ୍ତି ନିର୍ମାଣ ପରମ୍ପରା ସହ ଜଡିତ ଛୋଟ ମୂର୍ତ୍ତି ଓ ମଣ୍ଡପରେ ପରଦା ଟାଣିବା ପ୍ରସଙ୍ଗ ଲୋକଙ୍କ ଭାବାବେଗଙ୍କୁ ଆଘାତ କରୁଛି ବୋଲି ଶାସନ ବିଧାୟକ ମଧ୍ୟ କହିଛନ୍ତି ।

ମୂର୍ତ୍ତି ଉଚ୍ଚତା ଓ ପରଦା ଆଢୁଆଳରେ ମାଙ୍କ ପୂଜା କୁ ନେଇ  ଲାଗିଥିଲା ବିବାଦ । ଯାହାକି ଦୀର୍ଘ ଦିନ ପ୍ରତିବାଦ ପରେ ଆଜି ଶାନ୍ତି କମିଟି ଓ ପୂଜା କମିଟି ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରୁଛନ୍ତି ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’