Masthead

ଆକ୍ସନ୍ କରିବେ ସାହିଦ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ସାହିଦ୍ କପୁର ନିଜ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କେବେ କମିନା ତ କେବେ କବୀର, କେବେ ହାଇଦର ତ କେବେ ଫଟା ପୋଷ୍ଟର ଏମିତି ଭିନ୍ନ ଭିନ୍ନ ଅବତାର ନେଇ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତ୍ି ସାହିଦ୍ । ବର୍ତ୍ତମାନ ତାଙ୍କୁ ଷଣ୍ଢ ଅବତାରରେ ଦେଖିବାକୁ ମିଳିବ । ‘କବୀର ସିଂ’ର ଆଶାତୀତ ସଫଳତା ପରେ ଭୂଷଣ କୁମାର ତାଙ୍କ ପ୍ରଡକ୍ସନ ହାଉସ୍‌ରେ ଅମର ବୁତାଲା ଓ ଗାରିମା ମେହେଟ୍ଟାଙ୍କୁ ପାର୍ଟନର ଭାବେ ସାମିଲ କରିଛନ୍ତି। ଏବଂ ତିଆରି ଦେବାକୁ ଯାଉଛି ‘ବୁଲ୍’ ନାମକ ଏକ ଫିଲ୍ମ । ଯେଉଁଥିରେ ଲିଡ୍ କ୍ୟାରେକ୍ଟରେ ନଜର ଆସିବେ ସାହିଦ୍ କପୁର । ‘ବୁଲ୍’ ନାମରେ ନିର୍ମିତ ହେବାକୁ ଥିବା ଏହି ନୂଆ ଚଳଚ୍ଚିତ୍ରଟି ୧୯୮୦ ମସିହାର ଏକ ବାସ୍ତବ କାହାଣୀ ଉପରେ ଆଧାରିତ। ତେବେ ଏହି ଫିଲ୍ମକୁ ନେଇ ଶାହିଦ କହିଛନ୍ତି- ମୁଁ ବିେ‌ଶଷ ଭାବେ ଉତ୍ସାହିତ ହେଲି ଯେତେବେଳେ ପ୍ରଯୋଜକ ମୋତେ ‘ବୁଲ୍’ର କାହାଣୀ ଶୁଣାଇଥିଲେ। ଆକ୍ସନ୍ ବେସଡ୍ ଏଇ ଚଳଚ୍ଚିତ୍ରଟି ବ୍ରିଗେଡିଅର୍ ବୁଲ୍‌ସାରାଙ୍କ ଜୀବନୀ ଉପରେ ପର୍ୟ୍ୟବସିତ। ଆଉ ଏହି ଫିଲ୍ମ କରିବାକୁ ସାହିଦ୍ ବେଶ୍ ଉତ୍ସାହ ଥିବା ମଧ୍ୟ କହିଛନ୍ତି । ଆକ୍ସନ୍, ଥ୍ରୀଲରରେ ଭରପୂର ଏହି ଫିଲ୍ମର କାହାଣୀ । ପୂର୍ବରୁ ସାହିଦ୍ ଅନେକ ଫିଲ୍ମରେ ରୋମାଣ୍ଟିକ୍ ହିରୋ ଭାବେ ନଜର ଆସି ସାରିଥିବା ବେଳେ ,ଏହି ଫିଲ୍ମରେ ଆକ୍ସନ୍ କରିବେ ସାହିଦ୍ । ସାହିଦଙ୍କ ଫ୍ୟାନ୍ସ ମାନେ ବି ତାଙ୍କର ଏହି ଭିନ୍ନ ଅବତାରକୁ ନେଇ ବେଶ୍ ଉତ୍ସାହିତ ।

ତେବେ ଏହା ବ୍ୟତିତ ସାହିଦଙ୍କୁ ‘ଜର୍ସି’ର ହିନ୍ଦି ରିମେକ୍ରେ ବି ଶୁବଶୀଘ୍ର ଦେଖିବାକୁ ମିଳିବ । ଏହି ଫିଲ୍ମର ତେଲୁଗୁ ଭର୍ସନ ସୁପରହିଟ୍ ହେବା ପରେ ଏବେ ଏହା ହିନ୍ଦି ରିମେକ୍ ବି ନିର୍ମାଣ ହୋଇଛି । କବିର ସିଂ ପରେ ପୁଣି ଏକ ରିମେକ୍ ମୁଭିରେ ସାହୀଦଙ୍କ ଜଲୱା ଦେଖିବାକୁ ମିଳିବ । ଫିଲ୍ମର କିଛି ପୋଷ୍ଟର ସାମ୍ନାକୁ ଆସିସାରିଛି । ଜଣେ କ୍ରିକେଟର କ୍ୟାରେକ୍ଟରେ ଦେଖାଦେବେ ସାହିଦ୍ । ଆଉ ଏହି ଫିଲ୍ମ କେତେ ମାତ୍ରାରେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ 🔴 ବ୍ଲେଡ ମାରି ଲୁଟିଲେ, ବାଇକ୍‌ ପୋଡ଼ିଦେଲେ 🔴 ଟ୍ରମ୍ପ୍-ପୁଟିନ୍‌ଙ୍କ ଯୁଦ୍ଧ ବିରତି ଆଲୋଚନା 🔴 ୨୧ରୁ ୨୩ ତାରିଖ ଯାଏ କାଳବୈଶାଖୀ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ