Masthead

ଶୋଷ ମେଣ୍ଟାଉଛି ବର୍ଷାପାଣି

ପାରାଦୀପ (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତା ର ୭୫ ବର୍ଷ ବିତିଯାଇଛି। ଉପକୂଳ ଅଞ୍ଚଳ ରେ ପାନୀୟଜଳର ଉତ୍କଟ ସମସ୍ୟା କାରଣରୁ ବର୍ଷା ଜଳ ସଂଗ୍ରହ କରି ପାନୀୟଜଳ ର ସମସ୍ୟା ଦୂର କରୁଛନ୍ତି ଗ୍ରାମବାସୀ। ଏହା କେଉଁ ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ । ଏହା ଶିଳ୍ପସମୃଦ୍ଧ ପୂର୍ବ ଭାରତର ବିକାଶର ମୁଖଶାଳା ପାରାଦୀପ ବନ୍ଦର ନିକରବର୍ତ୍ତୀ ଅଞ୍ଚଳର ଦୃଶ୍ୟ। ଆଧୁନିକ ଯୁଗରେ ଘର ଉପରେ ପାଲ ଟାଣି ବର୍ଷା ଜଳ ସଂଗ୍ରହ କରିବାର ଦୃଶ୍ୟ ଯାହା ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଛି କିନ୍ତୁ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଶିଳ୍ପ ସମୃଦ୍ଧ ବନ୍ଦର ନଗରୀ ପାରାଦୀପ ଉପକଣ୍ଠରେ ଅବସ୍ଥିତ ବିଶ୍ଵାଳୀ ଗ୍ରାମପଞ୍ଚାୟତ।

ଏହି ପଞ୍ଚାୟତ ଅଧୀନରେ ଥିବା କୋଲଡ଼ିଆ ଗ୍ରାମବାସୀ ପିଇବା ପାଣି ପାଇଁ ନାନା ପ୍ରକାର ହିନସ୍ଥା ହେବାକୁ ପଡୁଛି। ପିଇବା ପାଣିର ଆବଶ୍ୟକତା ମେଣ୍ଟାଇବାକୁ ହେଲେ ଯିବାକୁ ପଡୁଛି ଏକ କିଲୋମିଟର ଦୂରରେ ଥିବା ବିଶ୍ଵାଳୀ କିମ୍ବା ନୁଣୁକୁଆ ଗ୍ରାମକୁ। ପିଇବା ପାଣିର ସମସ୍ୟା ଦୂର କରିବାକୁ ବିକଳ୍ପ ନ ଥିବା କାରଣରୁ ବର୍ଷା ଦିନରେ କୋଲଡ଼ିଆ ଗ୍ରାମବାସୀ ବର୍ଷା ପାଣି ସଂଗ୍ରହ କରିବାରେ ଲାଗି ଯାଇଥାନ୍ତି। ଆଜିର ଆଧୁନିକ ଯୁଗରେ ଏହି ବର୍ଷାପାଣି ସଂଗ୍ରହ କରିବାର ଦୃଶ୍ୟ ଦେଖିଲେ ଆଖିକୁ ବିଶ୍ୱାସ କରିହେବ ନାହିଁ। ଗ୍ରାମରେ ଥିବା ନଳକୂପରୁ ବାହାରୁଥିବା ପାଣି ଗାଧୋଇବା ପାଇଁ ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନଳକୂପରୁ ବାହାରୁଥିବା ପାଣିରେ ଆଇରନର ମାତ୍ରାଧିକ କାରଣରୁ ପାଣି ବ୍ୟବହାରରେ ଦେହରେ ଦାଗ ହୋଇଯିବା ସହିତ ଲୁଗାପଟା ଦାଗ ହେଉଥିବା କହିଛନ୍ତି ଗ୍ରାମର ମହିଳା। ପିଇବା ପାଣିର ସମସ୍ୟା କୋଲଡ଼ିଆ ଗ୍ରାମକୁ ଛାଡି ନିକଟବର୍ତ୍ତୀ ନରେନ୍ଦ୍ରପୁର, ପିତାମ୍ବରପୁର, କାଠଗଡା, ଠାକୁଡିଆ ପ୍ରଭୃତି ଗ୍ରାମରେ ଉତ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ବିଶ୍ଵାଳୀ ଗ୍ରାମରେ କୁଜଙ୍ଗ ବ୍ଲକ ପ୍ରଶାସନ ତରଫରୁ ନିର୍ମାଣ ହେଉଥିବା ତିନିକୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଅଞ୍ଚଳରେ ଜଳକଷ୍ଟ ଦୂର ହୋଇପାରିବ। କିନ୍ତୁ ଏହି ପ୍ରକଳ୍ପ ଦିନକୁ ଦିନ ଗଡିଚାଲିବାକୁ ନେଇ ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକାଶ କରିଛନ୍ତି।

ନିର୍ବାଚନ ସମୟରେ ଅନେକ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ନେତାମାନେ ଏହି ଅଞ୍ଚଳର ଦୁଃଖକୁ ସବୁଦିନ ପାଇଁ ଭୁଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ପିଲାଛୁଆ ଧରି ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଦୀର୍ଘ ତିରିଶ ବର୍ଷ ହେବ ବିଶ୍ଵାଳୀ ପଞ୍ଚାୟତ ରେ ଲାଗିରହିଛି ପିଇବା ପାଣି ସମସ୍ୟା। କିନ୍ତୁ କୋଲଡ଼ିଆ ଗ୍ରାମରେ ପୂର୍ବରୁ କିଛି ନଳକୂପ ରେ ମିଠା ପାଣି ବାହାରୁଥିଲା।

କିନ୍ତୁ ଦଶବର୍ଷ ତଳେ ଏକ ଭୂମିକମ୍ପ ଝଟକା ପରେ ଜଳସ୍ତର ରେ ପରିବର୍ତ୍ତନ ହେବା ସହିତ ନଳକୂପ ରୁ ନାଲି ଓ ହଳଦିଆ ପାଣି ବାହାରିବା ସହିତ ଏହା ପିଇବା ପାଇଁ ଅନୁପଯୁକ୍ତ ହୋଇଥିଲା। ଗ୍ରାମରେ ପିଇବା ପାଣିର କଷ୍ଟକୁ ଦୂର କରିବାପାଇଁ ଗ୍ରାମରେ ଥିବା ପଚାଶ ରୁ ଷାଠିଏ ପରିବାର ବର୍ଷା ହେଲେ ବଡ଼ ଡ୍ରମ, ହାଣ୍ଡି, ମାଠିଆ ରେ ପାଣି ସଂଗ୍ରହ କରି ମାସ ମାସ ଧରି ଏହାକୁ ବ୍ୟବହାର କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି