Masthead

ଡିଜିଟାଲରେ ସିଂଘମଙ୍କ ଡେବ୍ୟୁ

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ସିଲଭର ସ୍କ୍ରିନ ଛାଡି ଏଥର ଡିଜିଟାଲ ମୁହାଁ ହେଉଛନ୍ତି ଆକ୍ଟର । କରୋନା ପାଇଁ ସିନେମା ହଲ ମାନଙ୍କରେ ଫିଲ୍ମ ଗୁଡିକ ରିଲିଜ ହୋଇପାରୁ ନାହିଁ । ଯାହା ଫଳରେ ଡିଜିଟାଲର ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଗୁଡିକୁ ରିଲିଜ କରାଯାଉଛି । ସେହିପରି ବଲିଉଡର ସିଂଘମଙ୍କୁ ମଧ୍ୟ ବହୁତ ଜଲଦି ଡିଜିଟାଲ ଦୁନିଆରେ ଦେଖିବା ପାଇଁ ମିଳିବ । ଖୁବଶୀଘ୍ର ଡିଜିଟାଲ ଦୁନିଆରେ ଡେବ୍ୟୁ କରିବେ ବଲିଉଡର ସିଂଗମ ମାନେ ଅଜୟ ଦେବଗନ । ନିକଟରେ ଏ ବିଷୟରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଜଣାଇଥିଲେ । ଯାହା ସୁଣି ତାଙ୍କ ଫ୍ୟାନ୍ସ ମାନେ ଖୁସି ହୋଇଥିଲେ ।

ତେବେ ଅଜୟ ନିଜର ଡିଜିଟାଲର ଡେବ୍ୟୁ ସିରିଜ ପାଇଁ ସେ ଡିଜନି ପ୍ଲସ ହଟଷ୍ଟାର ସହ ହାତ ମିଳେଇଛନ୍ତି । ସେ ବ୍ରିଟିଶ ୱେବ ସିରିଜ ‘ଲୁଥର’ର ହିନ୍ଦୀ ରିମେକରେ ନଜର ଆସିବେ । ଏହି ସିରିଜ ବିଷୟରେ ସେ ଟ୍ୱିଟ କରି ସୂଚନା ଦେଇଥିଲେ । ସେ ନିଜର ଏକ ଭିଡିଓ ପୋଷ୍ଟ କରି ଟ୍ବିଟରେ ଲେଖିଥିଲେ, ‘ଗୋଟିଏ ଦିନର ଅପେକ୍ଷା ଆଉ ଏକ ବଡ ନ୍ୟୁଜ । ତୁମମାନଙ୍କ ସହ ଏହି ବିଷୟରେ ସେୟାର କରିବାକୁ ମୁ ବ୍ୟାକୁଳ , କାଲି ଅପେକ୍ଷା କରନ୍ତୁ’ । ଆଉ ଭିଡିଓରେ ସେ କହୁଛନ୍ତି, ‘ବଡ ଖବରର ଘୋଷଣା କରିବି ହେଲେ ଆଜି ନୁହେଁ କାଲି । କେବଳ ଏତିକି ନୁହେଁ ଅଜୟଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଦୁଇଟି ଫିଲ୍ମ “ଦ ବିଗ ବୁଲ’ ଏବଂ “ଭୁଜ- ଦ ପ୍ରାଇଡ ଅଫ ଇଣ୍ଡିଆ’ କୁ କିଣିଛି ଡିଜନି । ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଦୁଇ ଫିଲ୍ମ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ