Masthead

ଆପଣଙ୍କ କିଛିଟା ସାହାଯ୍ୟ ଟୁନାଙ୍କ ଜୀବନ ବଞ୍ଚାଇ ଦେବ

ଗଞ୍ଜାମ (ବଡ ଖବର ବ୍ୟୁରୋ): ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ସ୍ତ୍ରୀ କରୁଛି ଆକୁଳ ନିବେଦନ । ମୋତେ ସାହାଯ୍ୟ କର ବିଲ ବାଡି ଯାହା ଥିଲା ସବୁ ସରିଲାଣି, ଆପଣଙ୍କ ଛୋଟିଆ ସାହାଯ୍ୟରେ ମୋ ସିନ୍ଦୁର ବଞ୍ଚି ପାରିବ । ମୋ ପିଲାଙ୍କ ମୁହଁରେ ହସ ଫୁଟାଇ ପାରିବ । ଏପରି ଆକୁଳ ନିବେଦନ କରିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଣିଆନାଳ ଗାଁର ଟୁନା ସାହୁଙ୍କ ସ୍ତ୍ରୀ । କିଛିଦିନ ତଳେ ଟୁନା କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଟୁନାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଅବସ୍ଥାରେ ସୁଧାର ନଆସିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ସେଠାରେ ଟୁନାଙ୍କର ଚିକିତ୍ସା ଚାଲିଛି । ଏପଟେ ଟୁନାଙ୍କ ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁ ସରିଲାଣି । ବିଲବାଡି ମଧ୍ୟ ବନ୍ଧାପଡିଛି । ଏମିତିରେ ସ୍ୱାମୀଙ୍କ ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛନ୍ତି ଟୁନାଙ୍କ ସ୍ତ୍ରୀ । ଯଦି କେହି ଟୁନାଙ୍କୁ ସହାଯ୍ୟ ଯୋଗାଇ ପାରିବ ତେବେ ଟୁନାଙ୍କ ପରିବାର ପୁଣି ହସି ପାରନ୍ତା । ଆପଣବି ଚାହିଁଲେ ଟୁନାଙ୍କୁ ସାହାଯ୍ୟ କରିପାରିବେ ।

ଟୁନାଙ୍କୁ ସହାଯ୍ୟ କରିବା ପାଇଁ ୯୪୩୮୩୮୭୦୫୨ରେ ଫୋନ ପେ କିମ୍ବା ଗୁଗୁଲ ପେ କରିପାରିବେ । ଆପଣ ବ୍ୟାଙ୍କ ଏକାଉଣ୍ଟରେ ମଧ୍ୟ ତାଙ୍କୁ ଟଙ୍କା ପଠାଇ ପାରିବେ । ବ୍ୟାଙ୍କ ଏକାଉଣ୍ଟ ନମ୍ବର ହେଉଛି ୩୦୮୩୭୧୮୦୯୬୪, ଆଇଏଫଏସସି କୋଡ ହେଉଛି ଏସବିଆଇଏନ୦୦୧୦୯୧୧ । ଏହି ନମ୍ବରରେ ଟୁନାଙ୍କୁ ସାହାଯ୍ୟ କରନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା