ୟୁ ଟ୍ୟୁବରେ ହେବ ଅନଲାଇନ କ୍ଲାସ

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ଟ୍ରାକ ଲାଇନକୁ ଫେରିବ ଶିକ୍ଷା ବ୍ୟବସ୍ଥା । ୧୩ଟି ଜିଲ୍ଲାରେ ୟୁ ଟ୍ୟୁବରେ ଲାଇଭ ଶିକ୍ଷା ଦିଆଯିବ । ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ କରାଯାଇଛି ଏହି ପ୍ରୟାସ । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଭିଭାବକ ଏବଂ ଛାତ୍ରଛାତ୍ରୀ । କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥାରେ ଅବହେଳା ହୋଇଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମାନେ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିଲେ । କିନ୍ତୁ ଏବେ ଆରମ୍ଭ ହୋଇଛି ୟୁ ଟ୍ୟୁବ ମାଧ୍ୟମରେ ପାଠପଢା ।

ଯେଉଁଥିରେ ଲାଇଭ ପାଠ ପଢିପାରିବେ ଛାତ୍ରଛାତ୍ରୀ । ଏନେଇ ଓଡିଆ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷରୁ ୟୁ ଟ୍ୟୁବ ଶିକ୍ଷା ନେଇ ନିୟମାବଳୀ ପ୍ରକାଶ ପାଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୟୁ ଟ୍ୟୁବ ଭିଡିଓ ଜରିଆରେ ଶିକ୍ଷା ଦିଆଯିବ । ଏ ନେଇ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି । ଆସନ୍ତା ୨୧ ତାରିଖରୁ ୟୁ ଟ୍ୟୁବ ଷ୍ଟ୍ରିମିଂ ଜରିଆରେ ପାଠ ପଢା ଆରମ୍ଭ ହେବ । ପ୍ରଥମେ ୧୩ଟି ଜିଲ୍ଲାରେ ପରିକ୍ଷାମୂଳକ ଭାବେ ଅନଲାଇନ ପାଠପଢା ଆରମ୍ଭ ହେବ ଏବଂ ପରେ ଅନ୍ୟ ସମସ୍ତ ଜିଲ୍ଲା ମାନଙ୍କରେ ଅନଲାଇନ ଶିକ୍ଷା ଦିଆଯିବା । ବିଦ୍ୟାଳୟର ନବମ ଏବଂ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ୨ ଟି ପୃଥକ ଶ୍ରେଣୀ ଗୃହରେ ଭର୍ଚୁଆଲ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରାଯିବ ।

ଏକା ସମୟରେ ଏହି ପାଠ ପଢାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଉନ୍ନତ ୟୁ ଟ୍ୟୁବ ଷ୍ଟ୍ରିମିଂ ସମ୍ବନ୍ଧରେ ଗରୁତ୍ୱ ଦେବେ । ଶିକ୍ଷକ ଓ ବିଷୟ ମନୋନୟନ ଡିଇଓଙ୍କ ଦ୍ୱାରା କରାଯିବ । ସୋମବାରଠାରୁ ଶୁକ୍ରବାର ପୂର୍ବାହ୍ନ ୧୦ ଟା ୪୫ ମିନିଟରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ପାଠପଢା ଯିବ । ଶନିବାର ଛୁଟି ରହିବା ସହ ଶିକ୍ଷକ ଶିକ୍ଷୟତ୍ରୀ ପରବର୍ତୀ ପାଠପଢା ପାଇଁ ପ୍ରସ୍ତୁତ କରିବେ । ଗତ ଶିକ୍ଷା ବର୍ଷ ସଂଶୋଧିତ ପାଠ୍ୟକ୍ରମ ଅନୁଯାୟୀ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ହେବ । ଦଶମ ଓ ନବମ ଛାତ୍ରଛାତ୍ରୀଙ୍କ ସପ୍ତାହରେ ୨୦ ଟି ପିରିୟଡ ରହିବ । ୟୁ ଟ୍ୟୁବ ମାଧ୍ୟମରେ ଲାଇଭ୍ କ୍ଲାସ ଆରମ୍ଭ ହେବା ପରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ନେଇ ଶିକ୍ଷାବିତ୍ ଆଶା ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’