Masthead

ବାପା-ମାଙ୍କୁ ଘରୁ ତଡ଼ିଲେ ପୁଅ-ବୋହୂ, ମଶାଣି ସାଜିଲା ଆଶ୍ରୟସ୍ଥଳ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):  ପୁଅଟିଏ ପାଇଁ ବାପା-ମା କେତେ ପୂଜା ଅର୍ଚ୍ଚନା କରିଥାନ୍ତି । ଜୀବନର ଶେଷ ସମୟରେ ସାହାରା ହେବେ । ମୃତୁ୍ୟ ପରେ କାନ୍ଧରେ ମଶାଣିକୁ ନେଇଯିବ । ଆଉ ମୁହଁରେ ନିଆଁ ଦବ । କିନ୍ତୁ ବାସ୍ତବରେ ସବୁ ଓଲଟା ଦେଖିବାକୁ ମିଳିଛି । ବାପା ମା ବଞ୍ଚି ଥାଉ ଥାଉ ପୁଅ ବୋହୂ ଘରୁ ବାହାର କରିଦେଇଛନ୍ତ । ଆଉ ବାଧ୍ୟ ହୋଇ ବାପା-ମା ସାହାରା ନେଇଛନ୍ତି ମଶାଣି ଘରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଂଚାୟତ ବିଲ ଅରିଲୋ ଗ୍ରାମରେ । ବାବାଜୀ ସେଠୀ , କାଞ୍ଚନ ସେଠୀ । ପୁଅ ପ୍ରଶାନ୍ତ ଏବଂ ବୋହୁ ପ୍ରଭାତୀ ତାଙ୍କୁ ଘରୁ ବାହାର କରିଦେଇଛନ୍ତି ।

ଶେଷରେ ଗ୍ରାମରେ ଥିବା ମଶାଣି ଘର ତାଙ୍କର ଆଶ୍ରୟ ସ୍ଥଳ ପାଲଟିଛି । ଯୋଉଠି ଶବ ଦାହ କରାଯାଏ ସେଠି ରୋଷେଇ କରି ରାତି କାଟୁଛନ୍ତି । ସୂଚନା ଅନୁସାରେ ବାପା-ମା ଓ ପୁଅ-ବୋହୂଙ୍କ ଭିତରେ ବିବାଦ ଲାଗି ରହିଥିଲା । ସମାଧାନ ପାଇଁ ଗ୍ରାମର ନାଏବ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ବୋହୂ ସମସ୍ତଙ୍କୁ ଗାଳିଗୁଲଜ କରିବାରୁ ସମସ୍ତେ ଉଠି ପଳାଇଥିଲେ । ପରେ ବାପା-ମା ଥାନା ଦ୍ୱାରସ୍ଥ ହୋଇଥିଲେ । ଥାାନରେ ସମସ୍ୟାର ସମାଧାନ କରାଯାଇଥିଲା । କିନ୍ତୁ ଦୁଇ ଦିନ ପରେ ବାପା-ମାଙ୍କୁ ପୁଅ-ବୋହୂ ଘରୁ ତଡ଼ି ଦେଇଥିଲେ । ତଡ଼ା ଖାଇବା ପରେ ସେମାନେ ଶବଦାହ ଘରେ ଆଶ୍ରୟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ