Masthead

ମାସ୍କ ମାରିବ କରୋନା ଜୀବାଣୁ !

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):    କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ସବୁଠାରୁ ବଡ଼ ଆବଶ୍ୟକତା । ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ଵ ବଜାୟ ରଖିବା ଓ ମାସ୍କ ପିନ୍ଧିବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଇତିମଧ୍ୟରେ ମୁମ୍ବାଇର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏକ ଫେସ ମାସ୍କ ପ୍ରସ୍ତୁତ କରିଛନ୍ତି ଯାହା କରୋନା ଭୂତାଣୁକୁ ସହଜରେ ମାରିପାରିବ । ଏହି ମାସ୍କ ଉପରେ ଭୂତାଣୁ ୫ ମିନିଟରୁ ଅଧିକ ସମୟ ଯାଏଁ ବଞ୍ଚି ପାରିବ ନାହିଁ ।
ମୁମ୍ବାଇର ଏକ ଷ୍ଟାର୍ଟଅପ୍ ଥର୍ମାନ୍ସ କଂପାନୀ ଏହି ମାସ୍କ ତିଆରି କରିଛି। ଏହି ମାସ୍କ କରୋନା ଜୀବାଣୁକୁ ପାଟି ଏବଂ ନାକ ଦେଇ ଶରୀରକୁ ପ୍ରବେଶ କରିବାରେ ରୋକିବାକୁ କେବଳ ସମର୍ଥ ହୁଏନାହିଁ ବରଂ ମାସ୍କର ବାହ୍ ସ୍ତରରେ ଲାଗିଥିବା ଜୀବାଣୁକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ବିଲୋପ କରିଥାଏ । ଏହି ମାସ୍କକୁ ଆନ୍ତର୍ଜାତୀୟ ସଂଗଠନ ଫର୍ ଷ୍ଟାଣ୍ଡାର୍ଡାଇଜେସନ୍ ସାର୍ଟିଫାଏଡ୍ ଆମେରିକୀୟ ଲାବୋରେଟୋରୀ ଏବଂ ଭାରତରେ ଟେଷ୍ଟ୍ କାଲିବ୍ରେସନ୍ ଲାବୋରେଟୋରୀ ପାଇଁ ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ସ୍ୱୀକୃତି ଦେଇଥିବା ଷ୍ଟାର୍ଟଅପ୍ କମ୍ପାନୀ ଦାବି କରିଛି । ଯେଉଁ କପଡାରେ ମାସ୍କ ତିଆରି କରାଯାଇଛି, ସେଥିରେ ନାନୋଟେକ୍ନୋଲୋଜି ବ୍ୟବହାର କରାଯାଇଛି |
ସଂକ୍ରମିତଠାରୁ ବାହାରୁଥିବ ଭୂତାଣୁ ମାସ୍କରେ ଅଟକି ଯାଏ ଓ ମାସ୍କକୁ ଧରିବା ବା କାଢ଼ିବା ବେଳେ ତାହା ହାତ ଜରିଆରେ ଶରୀରରେ ପ୍ରବେଶ କରିଥାଏ । ମାତ୍ର ଏହି ନୂତନ ପ୍ରସ୍ତୁତ ମାସ୍କ ସଂସ୍ପର୍ଶରେ ଆସୁଥିବା ଭୂତାଣୁ ମରି ଯାଇଥାଆନ୍ତି । ୫ ମିନିଟ୍ ମଧ୍ୟରେ ୯୩% ଓ ୧ ଘଣ୍ଟା ମଧ୍ୟରେ ୯୯.୯୯ % ଭୂତାଣୁ ମରିଯାଆନ୍ତି । ତେଣୁ ଆଉ ସଂକ୍ରମଣର ଭୟ ନ ଥାଏ । ଏହାର ମୂଲ୍ୟ ୩୦୦ରୁ ୫୦୦ ଟଙ୍କା ମଧ୍ୟରେ ରହିଛି ଏବଂ ଏହା ୬୦ରୁ ୧୫୦ ଥର ପର୍ଯ୍ୟନ୍ତ ବ୍ୟବହାରକ୍ଷମ ବୋଲି କମ୍ପାନୀ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 OTET ପ୍ରଶ୍ନପତ୍ର ଲିକ ମାମଲାରେ ୬ ଅଭିଯୁକ୍ତ ଗିରଫ 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ