Masthead

ଅଭିଭାବକ ସଂଘର ଦାବିପତ୍ର

ଢେଙ୍କାନାଳ, (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲାରେ ଦିଲ୍ଲୀ ପବ୍ଲୁକ ସ୍କୁଲର ବିଭିନ୍ନ ସମସ୍ୟା ନେଇ ଅଭିଭାବକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କୋଭିଡ୍ ମହାମାରୀ ଲାଗି ଦୀର୍ଘ ୬ ମାସରୁ ଅଧିକ ସମୟ ହେଲା ସ୍କୁଲ ବନ୍ଦ ରହିଛି। ଅନଲାଇନରେ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସ୍କୁଲ ଫି’ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ହେଲେ ସ୍କୁଲ ପକ୍ଷରୁ ମିସଲାନିୟସ ଫି’, ଟ୍ରାନ୍ସପୋର୍ଟ ଫି’ ଆଦାୟ ପାଇଁ ଅଭିଭାବକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରାଯାଉଛି। ଛାତ୍ରଛାତ୍ରୀ ଗାଡ଼ି ବ୍ୟବହାର କରୁ ନ ଥିବା ବେଳେ ଟ୍ରାନ୍ସପୋର୍ଟ ଫି’ କାହିଁକି ଦେବେ ବୋଲି ପ୍ରଶ୍ନ କରିଛି ଅଭିଭାବକ ସଂଘ।

ସେପଟେ ଯେଉଁ ଛାତ୍ରଛାତ୍ରୀ ଫି’ ଦେଉନାହାନ୍ତି ସେମାନେ ଅନଲାଇନରେ ଦେଇଥିବା ପରୀକ୍ଷାଫଳ ସ୍ଥଗିତ ରଖାଯାଉଛି। ଜିଲ୍ଲାପାଳ ଏ ଦିଗରେ ହସ୍ତକ୍ଷେପ କରିବାକୁ ଅଭିଭାବକ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିଗୁଡ଼ିକୁ ଅଣଦେଖା କରାଗଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ସଂଘ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ