Masthead

ଗିରଫ ପରେ ସମର୍ଥକଙ୍କ ଅଫିସ ଘେରାଉ

ଖୋର୍ଦ୍ଧା (ବଡ଼ ଖବର ବ୍ୟୁରୋ): ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସ ସହିତ ପୁଅ ମନୋରଞ୍ଜନ ଦାସ ଗିରଫ । ବେଗୁନିଆ ସତ୍ୟବ୍ରତ ନାୟକ ମର୍ଡର ଏବଂ ମାଗୁଣି ନାୟକ ମାଡ଼ମରା ଘଟଣାରେ ଗୁରୁବାର ସଙ୍ଗଠନର ମୁଖ୍ୟ ମାନବ ଦାସକୁ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରୁ ଉଠାଇ ନେଇଛି ଏବଂ ପୁଅ ମନୋରଞ୍ଜନ ଦାସକୁ ମଧ୍ୟ ଗିରଫ କରିଛି । ଏନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରେସମିଟ କରି ସୂଚନା ଦେଇଛନ୍ତି । ତେବେ ମାନସ ଦାସ ଗିରଫ ପରେ ତାଙ୍କର ସମର୍ଥକମାନେ ଖୋର୍ଦ୍ଧା ଏସପି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ଏବଂ ମାନସ ଦାସକୁ ଛାଡିବା ପାଇଁ ଅଡି ବସିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ନେଇ ଘଟଣାସ୍ଥଳରେ ୪ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆଗରୁ ସତ୍ୟବ୍ରତ ହତ୍ୟା ମାମଲାରେ ୬ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ,ଅଭିଯୁକ୍ତ ମାନଙ୍କ ମଧରୁ ପୋଲିସ ୩ ଜଣକୁ ଜେରା କରିବା ପରେ ମାନସ ଦାସ ର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ଗିରଫ କରାଯାଇଥିବା ଜଣା ପଡିଛି । ଗିରଫ ପରେ ମାନସ ଦାସ ତାର ପୁଅକୁ ଡାକ୍ତରୀ ଯାଞ୍ଚ ପରେ ଏସଡିଜିଏମ କୋଟରେ ହାଜର କରାଯାଇ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ