Masthead

ଆସୁଛି ବାତ୍ୟା ‘ୟଶ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆରବସାଗରରେ ହୋଇଥିବା ବାତ୍ୟା ତାଉତେର ପ୍ରକୋପକୁ ନେଇ ଚର୍ଚ୍ଚା ସରିନି । ଏପଟେ ବଙ୍ଗେପସାଗରରେ ସୃଷ୍ଟି ହେଲାଣି ବାତ୍ୟା ୟଶ୍ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨୩ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଓଡ଼ିଶା ଉପକୂଳରୁ ବହୁ ଦୂରେ ଏହି ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ଗତି ଓ ଶକ୍ତି ବିଷୟରେ କିଛି ସ୍ପଷ୍ଟ ହୋଇ ନାହିଁ । ପାଣିପାଗ ବିଭାଗ ସ୍ପଷ୍ଟ କରିଛି, ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗେପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ଯାଉଛି । ମେ ୩୧ରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ । ଏହାର ୧୦ରୁ ୧୨ଦିନ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପରେ ବର୍ଷା ହେବ ।

୨୦୦୯ ମେ’ରେ ବାତ୍ୟା ଅଇଲା ଆସିଥିଲା । ଏହା ପଶ୍ଚିମବଙ୍ଗ ଓ ବାଲଂଦେଶ ଦେଇ ଅତିକ୍ରମ କରିଥିଲା । ୨୦୧୦ରେ ଆସିଥିବା ବାତ୍ୟା ଲାଇନା ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିଥିଲା । ପ୍ରତିପର୍ଷ ମେ’ ମାସରେ ବାତ୍ୟା ଭୟ ଓଡ଼ିଶାବାସୀଙ୍କୁ ଘାରୁଛି । ସମ୍ଭାବ୍ୟ ବାତ୍ୟା ‘ୟଶ’ ଆସନ୍ତା ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଲିପୁର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କୋଲକାତାର ଅଲିପୁର ପାଣିପାଗ କେନ୍ଦ୍ର ଏହାକୁ ମହାବାତ୍ୟା ବୋଲି କହିଛି । ଏହି ବାତ୍ୟାକୁ ୟଶ ନାଁ ଦେଇଛି ଆଇଏମଡି । ଗତବର୍ଷର ଅମ୍ଫାନଠାରୁ ଏହା ଅଧିକ ଭୟଙ୍କର ହେବ । ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇପାରେ । ସୁନ୍ଦରବନକୁ ମେ ୨୩ରୁ ୨୫ ମଧ୍ୟରେ ହିଟ୍ କରିବ ବୋଲି ସ୍ପଷ୍ଟ କରିଛି ଅଲିପୁର ପାଣିପାଗ କେନ୍ଦ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି