Masthead

ଆସୁଛି ବାତ୍ୟା ‘ୟଶ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆରବସାଗରରେ ହୋଇଥିବା ବାତ୍ୟା ତାଉତେର ପ୍ରକୋପକୁ ନେଇ ଚର୍ଚ୍ଚା ସରିନି । ଏପଟେ ବଙ୍ଗେପସାଗରରେ ସୃଷ୍ଟି ହେଲାଣି ବାତ୍ୟା ୟଶ୍ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଆସନ୍ତା ୨୩ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ଓଡ଼ିଶା ଉପକୂଳରୁ ବହୁ ଦୂରେ ଏହି ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାର ଗତି ଓ ଶକ୍ତି ବିଷୟରେ କିଛି ସ୍ପଷ୍ଟ ହୋଇ ନାହିଁ । ପାଣିପାଗ ବିଭାଗ ସ୍ପଷ୍ଟ କରିଛି, ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗେପସାଗରରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାକୁ ଯାଉଛି । ମେ ୩୧ରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ । ଏହାର ୧୦ରୁ ୧୨ଦିନ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିବା ପରେ ବର୍ଷା ହେବ ।

୨୦୦୯ ମେ’ରେ ବାତ୍ୟା ଅଇଲା ଆସିଥିଲା । ଏହା ପଶ୍ଚିମବଙ୍ଗ ଓ ବାଲଂଦେଶ ଦେଇ ଅତିକ୍ରମ କରିଥିଲା । ୨୦୧୦ରେ ଆସିଥିବା ବାତ୍ୟା ଲାଇନା ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିଥିଲା । ପ୍ରତିପର୍ଷ ମେ’ ମାସରେ ବାତ୍ୟା ଭୟ ଓଡ଼ିଶାବାସୀଙ୍କୁ ଘାରୁଛି । ସମ୍ଭାବ୍ୟ ବାତ୍ୟା ‘ୟଶ’ ଆସନ୍ତା ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଲିପୁର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କୋଲକାତାର ଅଲିପୁର ପାଣିପାଗ କେନ୍ଦ୍ର ଏହାକୁ ମହାବାତ୍ୟା ବୋଲି କହିଛି । ଏହି ବାତ୍ୟାକୁ ୟଶ ନାଁ ଦେଇଛି ଆଇଏମଡି । ଗତବର୍ଷର ଅମ୍ଫାନଠାରୁ ଏହା ଅଧିକ ଭୟଙ୍କର ହେବ । ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇପାରେ । ସୁନ୍ଦରବନକୁ ମେ ୨୩ରୁ ୨୫ ମଧ୍ୟରେ ହିଟ୍ କରିବ ବୋଲି ସ୍ପଷ୍ଟ କରିଛି ଅଲିପୁର ପାଣିପାଗ କେନ୍ଦ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’