Masthead

ଭାରତ-ଆଫଗାନ ବାଣିଜ୍ୟିକ ସମ୍ପର୍କ ଛିନ୍ନ: ତାଲିବାନ

(ବଡ଼ ଖବର ବ୍ୟୁରୋ): ଭାରତ-ଆଫଗାନ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ତାଲିବାନ । ତାଲିବାନ ଆଫଗାନିସ୍ତାନରେ ରାଜୁତି କରିବାପରେ ଏହା ଭାରତ ଲାଗି ମଧ୍ୟ ସଙ୍କଟଭାବେ ଉଭା ହୋଇଛି । ଭାରତ ବିରୋଧରେ ପ୍ରଥମ ପଦକ୍ଷେପ ସରୂପ ସମସ୍ତ ଭାରତୀୟ ସାମଗ୍ରୀ ଆମଦାନୀ ରପ୍ତାନୀ ଉପରେ କଟକଣା ଲଗାଇଛି । ଫେଡରେସନ ଅଫ ଇଣ୍ଡିଆନ ଏକ୍ସପୋର୍ଟ ଅର୍ଗାନାଇଜେସନର ନିର୍ଦ୍ଦେଶକ ଜେନେରାଲ ଡ. ଅଜୟ ସହାୟଙ୍କ କହିବା ଅନୁସାରେ, ତାଲିବାନ ବର୍ତ୍ତମାନ ପାକିସ୍ତାନର ରୁଟରେ ହେଉଥିବା ସମସ୍ତ ପ୍ରକାର ମାଲ ପରିବହନ ଉପରେ କଟକଣା ଲଗାଇଛି । ଏହାଦ୍ୱାରା ଆଫଗାନିସ୍ତାନରୁ ଆମଦାନି ସମ୍ପୂର୍ଣ୍ଣ ବନ୍ଦ ହୋଇଛି ।

ଡ. ଅଜୟ ସହାୟ କହିଛନ୍ତି ଆଫଗାନିସ୍ତାନ ସହ ଭାରତର ପୁରୁଣା ସମ୍ପର୍କ ରହିଛି । ଭାରତ ସେଠାରେ ବିଭିନ୍ନ କ୍ଷେତ୍ରରେ ନିବେଶ କରିଛି । ସେହିପରି ଭାରତ ଆଫଗାନିସ୍ତାନର ସବୁଠୁ ବଡ ପାର୍ଟନର ଅଟେ । ୨୦୨୧ରେ ଆଫଗାନିସ୍ତାନରେ ଭାରତ ୮୩.୫ କୋଟି ଡଲାର ନିବେଶ କରିଥିଲା । ଏହାମଧ୍ୟରେ ଭାରତ ସେଠାରୁ ୫୧ କୋଟି ଡଲାରର ସାମଗ୍ରୀ ଆମଦାନୀ କରିଥିଲା । ସେହିପରି ଭାରତ ସେଠାରେ ୪୦୦ ପରିଯୋଜନାରେ କାମ କରୁଛି । ଯାହାର କାମ ଚାଲୁ ରହିଛି । ଏବେ ଆଫଗାନିସ୍ତାନରେ ତାଲିବାନୀ ଶାସନ ଆରମ୍ଭ ହେବାପରେ ସେସବୁ ବନ୍ଦ ହୋଇଛି । ତେବେ ଏହା ଭାରତ ଉପରେ ଏକ ପ୍ରତିକୁଳ ପ୍ରଭାବ ପଡିବ ବୋଲି କୁହାଯାଉଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ