Masthead

‘ଅକ୍ସିଜେନ୍’ରେ ତମନ୍ନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଓଡିଆ ସିନେ ଜଗତରେ ଏବେ ସଫଳତାର ସିଡି ଚଢି ଚାଲିଛନ୍ତି ଚୁଲବୁଲି ନାୟିକା ତମନ୍ନା । ନିଜର ନିଆରା ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ କରୁଛନ୍ତି ଏଣ୍ଟରଟେନ୍ । ନିଜ ପ୍ରଥମ ଫିଲ୍ମରୁ ହିଁ ସେ ସଫଳତା ପାଇ ଏବେ ଗୋଟେ ପରେ ଗୋଟେ ହିଟ୍ ଫିଲ୍ମ କରି ଚାଲିଛନ୍ତି । କେତେବେଳେ ଚକୋଲେଟ୍ ହିରୋ ବାବୁଶାନ୍ ତ କେତେବେଳେ ମେଗାଷ୍ଟାର ଅନୁଭବଙ୍କ ସହି ସ୍କ୍ରିନ୍ ସେୟାର କରି ସେ ଦର୍ଶକଙ୍କ ମନ କିଣୁଛନ୍ତି । ତେବେ ଅନେକ ଦମଦାର ଫିଲ୍ମରେ ଅଭିନୟ କରି ସାରିବା ପରେ ଏବେ ପୁଣି ଏକ ନୂଆ ଧରଣର ମୁଭି ନେଇ ଆସୁଛନ୍ତି ତମନ୍ନା ।

ଏକ ଭିନ୍ନ ଧରଣର ପରିବେଶ ବାର୍ତ୍ତା ପ୍ରଦାନ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଛି ନୂଆ ଓଡିଆ ଫିଲ୍ମ ‘ଅକ୍ସିଜେନ୍’ । ଏହି ଫିଲ୍ମରେ ମୁଖ୍ୟ ନାୟିକା ଭାବେ ଦେଖାଦେବେ ତମନ୍ନା । ଅମିତ୍ ନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା କରାଯାଇଛି । ତେବେ ଏହା ବ୍ୟତିତ ତମନ୍ନା ଆଉ ଏକ ମୁଭି ‘ଷଷ୍ଠ ରୁ ନଷ୍ଟ’ରେ ବି ଲିଡ୍ କ୍ୟାରେକ୍ଟରେ ଦେଖିବାକୁ ମିଳିବେ । ଏହି ମୁଭି ରେ ସେ ରିୟଲ୍ ଷ୍ଟାର ଅର୍ଦ୍ଧେନ୍ଦୁଙ୍କ ଅପୋଜିଟ୍ ରେ ନଜର ଆସିବେ । ଦୁହିଁଙ୍କ ଯୋଡି ପୂର୍ବରୁ ଫିଲ୍ମ ‘ବ୍ଲାକମେଲ୍’ରେ ସୁପରହିଟ୍ ହେବା ପରେ ଏବେ ପୁଣି ଥରେ ଏହି ଯୋଡି ଧମାଲ୍ କରିବାକୁ ଆସୁଛନ୍ତି ବଡ ପରଦାକୁ । ତେବେ ଅଭିନୟକୁ ଜୀବନ୍ତ ମନ୍ତ୍ର ବୋଲି ଗ୍ରହଣ କରିଥିବା ତମନ୍ନା ଏକାଧିକ ରିୟଲିଟି ଶୋ ର ବିଜେତା ହେବା ପରେ ୨୦୧୬ରେ ପାଦ ରଖିଥିଲେ ଫିଲ୍ମ ଦୁନିଆରେ । ତାଙ୍କର ପ୍ରଥମ ଫିଲ୍ମ ଭାଇନା କଣ କଲା ସେ ରେ ସେ ସଫଳତା ପାଇବା ପରେ ତାଙ୍କୁ ମିଳିଥିଲା ଅନେକ ମୁଭିର ଅଫର ।

ପରେ ପରେ ସେ ରୋମିଓ ରାଜା, ଗୋଲମାଲ୍ ଲଭ୍, ପ୍ରେମକୁମାର, ଲକିର ଲକ୍ ଡାଉନ୍ ଲଭ୍ ଷ୍ଟୋରୀ ଆଦିରେ ଅଭିନୟ କରିଥିଲେ । ଏହା ବ୍ୟତିତ ତାଙ୍କୁ ସୁପରହିଟ୍ ଓଡିଆ ୱେବ୍ ସରିଜ୍ ‘ଚୁମ୍ବକ’ରେ ବି ଦେଖିବାକୁ ମିଳିଛି । ଏହି ସିରିଜ୍ ରେ ତମନ୍ନାଙ୍କ ଦମଦାର ଅଭିନୟ ପାଇଁ କାଫି ଭଲପାଇବା ସାଉଁଠିଥିଲେ ତମନ୍ନା । ତେବେ ଆଗକୁ ଦଶହରା ରେ ରିଲିଜ୍ ହେବାକୁ ଥିବା ଏକ କମେଡି ଫିଲ୍ମ ରେ ବି ମୁଖ୍ୟ ଭୂମିକାରେ ନଜର ଆସିବେ ତମନ୍ନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ