Masthead

ପୋଲାଭରମ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ: ତାରା ବାହିନୀପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୋଲାଭରମ ପ୍ରକଳ୍ପକୁ ନେଇ ବିଧାନସଭାରେ ହୋ ହାଲ୍ଲା । କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ କେନ୍ଦ୍ର ସରକାର ଦ୍ୱାର ଅନୁମୋଦିତ ହୋଇଥିବା ପୋଲାଭରମ ପ୍ରକଳକୁ ଆମେ ଆଗରୁ ବିରୋଧ କରିଥିଲୁ । ବିନା ପଲ୍ଲିସଭାରେ ଏହି ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ମୋଟୁ ଅଂଚଳରେ ପାଖାପାଖି ସତୁରିଟି ଗ୍ରାମ ଜଳମଗ୍ନ ହବ । ଏହି ପ୍ରକଳ୍ପଟି ଯଦି ତିଆରି ହୁଏ ଆଦିବାସୀ ଜନଜାତି ଲୋକ ସମ୍ପୂର୍ଣ୍ଣ ଜଳମଗ୍ନର ଅସୁବିଧା ସମ୍ମୁଖୀନ ହେବେ । ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ । ଏଥି ପାଇଁ ଏକ କମିଟି ଗଠନ କରାଯାଉ । ଏବଂ ପ୍ରଧାନ ମନ୍ତ୍ରୀ ଏହି ପ୍ରକଳ୍ପରେ ହସ୍ତକ୍ଷେପ କରି ଏହି ପ୍ରକଳ୍ପ ହବ କି ନାହିଁ ଏହାର ସମାଧାନ କରନ୍ତୁ ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ଗୃହରେ ହଟ୍ଟଗୋଳ କରିବା ପ୍ରସଙ୍ଗ ଉପରେ କଡା ଜବାବ ରଖିଲେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ । କଂଗ୍ରେସ ବିଧାୟକ ଦଳ ନେତା ଆଜି ଯେଉଁ ଗୃହରେ ହଟ୍ଟଗୋଳ କରିଥିଲେ, ସେମାନେ ବୋଧେ ଭୁଲି ଯାଉଛନ୍ତି ତାଙ୍କ ସରକାର ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ କେନ୍ଦ୍ରରେ ଥିବା ବେଳେ ପୋଲାଭରମ ଶୁଭ ଦିଆଯାଇଥିଲା । ୨୪ ବର୍ଷ ବିଜେଡ଼ି ସରକାର ସମୟରେ ସବୁ କାମ ହୋଇଛି । ହେଲେ ଆଜି କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ