Masthead

ବିଧାନସଭାରେ ବିଜେପି ସରକାରକୁ ପ୍ରଶ୍ନ କରି ଫସିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଜ ଗୋଡ଼ରେ ନିଜେ କୁରାଢି ମାରିଲେ ବିଜେଡି ନିରଞ୍ଜନ ପୂଜାରୀ । ବିଧାନସଭାରେ ବିଜେପି ସରକାରକୁ ପ୍ରଶ୍ନ କରି ଫସିଗଲେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ । ପୂର୍ବ ସରକାର ସମୟରେ କରାଯାଇଥିବା ସେହି କାର୍ଯ୍ୟର ପୋଲ ଖୋଲି ଘେରିଲେ ଉପ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ । ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ପୂର୍ବ ବିଜେଡି ସରକାର ପୋଲ ଖୋଲିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉପ ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଲୋୟର ସୁକେତେଲ ପ୍ରକଳ୍ପକୁ ନିର୍ବାଚନ ପାଇଁ ତରବରିଆ ଉଦଘାଟନ କରା ଯାଇଥିଲା ।

ଡିପିଆର ଅନୁଯାୟୀ ୨୦୨୬ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା ନୁହେଁ । ବର୍ତ୍ତମାନ ବିଧାୟକ ଯେଉଁ ଏହି ପ୍ରକଳ୍ପର ପାଣି ଲୋକଙ୍କ ପାଖରେ ପହଞ୍ଚି ଥିବା କହୁଛନ୍ତି ତାହା ଠିକ ନୁହେଁ ବୋଲି କହିଛନ୍ତି ଉଭୟ ମନ୍ତ୍ରୀ । ଏହି ପ୍ରକଳ୍ପରୁ ବର୍ତ୍ତମାନ ସୁଦ୍ଧା ଗୋଟେ ଇଞ୍ଚ ଜମିକୁ ବି ଜଳସେଚନ ହୋଇନି । କେବଳ ନଦୀରେ ପାଣି ଚାଲିଛି କିନ୍ତୁ କେନାଲରେ ନାହିଁ । ୮ ମିଟରରୁ ଅଧିକ ପାଣି ରଖିଲେ ବନ୍ଧ ଭାଙ୍ଗିଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ପୁର୍ବ ସରକାର ପ୍ରତ୍ୟେକ ବ୍ଳକ୍ରେ ୩୫ ପ୍ରତିଶତ ଜଳ ସେଚନ ନେଇ ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିନାହାନ୍ତି । ଆଉ ଆମେ ବର୍ତ୍ତମାନ ଜଳ ସେଚନ କୁ ତ୍ୱରାନ୍ୱିତ କରିବା ପାଇଁ କାର୍ୟ୍ୟ ଖସଡ଼ା ପ୍ରସ୍ତୁତ କରୁଛୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା