Masthead

ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା

ବ୍ରହ୍ମଗିରି (ବଡ଼ ଖବର ବ୍ୟୁରୋ): ଜମି ଅଧିଗ୍ରହଣ ବେଳେ ଚିକ୍କଣ ପ୍ରତିଶ୍ରୁତି । ପରେ ପ୍ରତିଶ୍ରୁତି ପାଲଟିଲା ପ୍ରତାରଣା । ମୁହଁ ଖୋଲିଲେ ଟାଟା ଭୋଲଟାଜ ଦେଖାଉଛି ନାଲିଆଖି । ବ୍ରହ୍ମଗିରିରେ ନୀରିହ ଲୋକଙ୍କୁ ନାଲିଆଖି ଦେଖାଉଛି ଘରୋଇ କମ୍ପାନି ଟାଟା ଭୋଲଟାଜ। ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକର ୯୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ୨୦୧୯ରୁ ଆରମ୍ଭ ହୋଇଛି ମେଗା ଜଳଯୋଗାଣ ପ୍ରକଳ୍ପ । ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ କୁସୁପୁର ଗାଁ ଲୋକଙ୍କଠାରୁ କିଛି ଜମି ଅଧିଗ୍ରହଣ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ ।

ଜମି ଅଧିଗ୍ରହଣ ବେଳେ ଜିଲ୍ଲା ପ୍ରଶାସନ ଓ ଟାଟା ଭୋଲଟାଜ ଦେଇଥିଲେ ପ୍ରତିଶ୍ରୁତି । ୪ବର୍ଷ ବିତିଗଲାଣି । ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି । ଗ୍ରାମବାସୀଙ୍କ ଠାରୁ ୩ଏକରରୁ ଅଧିକ ମୂଲ୍ୟବାନ ଜମି ନେଇଛି କମ୍ପାନୀ । ଗାଁରେ ସ୍ମଶାନ, କୋଠଘର, ଅଙ୍ଗନଓ୍ବାଡି ଘର ନିର୍ମାଣ ଓ ଗ୍ରାମର ଶିକ୍ଷିତ ଯୁବକଙ୍କୁ ପ୍ରକଳ୍ପରେ ନିଯୁକ୍ତି ଦେବାକୁ ମିଳିଥିଲା ପ୍ରତିଶ୍ରୁତି । ପ୍ରତିଶ୍ରୁତି ପୂରଣ ହେଉନଥିବାରୁ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ତେଣେ ପ୍ରକଳ୍ପରୁ ବାହାରୁଥିବା କ୍ଷାର ପାଣି ଯୋଗୁ ଏକର ଏକର ଧାନ ଫସଲଜମି ଏବେ ପଡିଆ।

ପ୍ରଶାସନ ଦ୍ୱାରା ଚିହ୍ନଟ ଜମି ଠାରୁ ଆହୁରି ଅଧିକ ଜମିରେ ପ୍ରକଳ୍ପ ନିର୍ମାଣ କରୁଛି କମ୍ପାନି । ଏ ସମ୍ପର୍କରେ ବାରମ୍ବାର କମ୍ପାନି କର୍ତ୍ତୃପକ୍ଷ ଓ ଜିଲ୍ଳା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କେହି ଶୁଣୁ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପ୍ରତିଶ୍ରୁତି ପୂରଣ ନହେଲେ ଆନେ୍ଦାଳନ ଜୋରଧାର ହେବ ବୋଲି ଆଲୋଚନା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା