ବିଦାୟ ନେଲେ ବିବେକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପରଲୋକରେ ସାଉଥ କମେଡିଆନ୍ ବିବେକ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଗତକାଲି ୫୯ବର୍ଷିୟ ବିବେକ ହୃଦଘାତରେ ଶିକାର ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଆଜି ଭୋର ୪.୩୦ରେ ତାଙ୍କର ନିଧନ ହୋଇଛି ।୧୫ ଏପ୍ରିଲରେ ସେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ ।

ତେବେ ଟିକା ନେବା ପରେ ତାଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଟିକା ନେବା ପୂର୍ବରୁ ବିବେକ କହିଥିଲେ କୋବିଡ ଭ୍ୟାକସିନ୍ ସମସ୍ତଙ୍କ ପାଇଁ ନିରାପଦ । ଟିକା ନେବା ନିହାତି ଜରୁରୀ ଜ୍ଝ ତେବେ ବିବେକ ତାମିଲ ସିନେମାରେ କାମ କରିବା ସହ ସେ କମେଡିଆନ୍ ଭାବେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିଲେ । ରଜନୀକାନ୍ତ, କମଲ ହାସନଙ୍କ ସମେତ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ ରଜନୀକାନ୍ତଙ୍କ ସହ ଶିବାଜୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍ ସଫଳତା ସାଉଁଟିଛନ୍ତି । ତାଙ୍କ ମୃତ୍ୟୁ ପରେ ଟଲିଉଡ ଓ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’