ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ପୂର୍ବରୁ ୨୦୨୬-୨୦୨୭ ବର୍ଷରେ ନୂଆ ୩ ଲକ୍ଷ ୧୭ ହଜାର ୯୬୬ ଆବେଦନ କରିଛନ୍ତି । ଏବଂ ଫିଲ୍ଡ ଭେରିଫିକେସନ ସହ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ସମୀକ୍ଷା ହୋଇ ଥିବା ବେଳେ ଜୁଲାଇ ୨୫ ସୁଦ୍ଧା ଫିଲ୍ଡ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଏବେ ପର୍ଯ୍ୟନ୍ତ ମଧ୍ୟ ନନ୍ ବାଓମେଟ୍ରିକ ୨୮ ହଜାର ହିତାଧିକାରୀ ଅଛନ୍ତି । ସୁଭଦ୍ରା ପୋର୍ଟାଲରେ ଯେଉଁମାନଙ୍କର ନନ୍ ବାଓମେଟ୍ରିକ ଦେଖାଉଛି ସେମାନେ ଜୁଲାଇ ପୂର୍ବରୁ ଜନସେବା କେନ୍ଦ୍ରରେ ଠିକ କରାଇନେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।ଯାହାର ଅଧିକ ଜମି ଅଛି ବୋଲି ସମସ୍ୟା ରହିଛି କିମ୍ବା ଇନକମ ଟ୍ୟାକ୍ସ ନେଇ କିଛି ଅଭିଯୋଗ ଯୋଗୁ ବ୍ଲକ୍ ହୋଇ ରହିଛି ସେମାନେ ଫିଲ୍ଡ ଭେରିଫିକେସନ ବେଳେ ଜଣାନ୍ତୁ । ଯେଉଁ ଯୋଗ୍ୟ ହିତାଧିକାରୀ ଆରମ୍ଭରୁ କିସ୍ତି ପାଇ ନାହାନ୍ତି ସେମାନଙ୍କୁ ଏକକାଳୀନ କିସ୍ତି ମିଳିବ । ଶେଷ ହିତାଧିକାରୀଙ୍କୁ ଟଙ୍କା ମିଳିବା ପର୍ୟ୍ୟନ୍ତ ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
