Masthead

ମାସ ମାସ ଧରି ବନ୍ଦ ରହିଛି ଅଙ୍ଗନୱାଡି କେନ୍ଦ୍ର

ରାଇଘର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମ ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର ମାସ ମାସ ଧରି ବନ୍ଦ ରହୁଥିବାବେଳେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଆସୁଥିବା ଅଣ୍ଡା ଓ ଛତୁଆ ସଠିକ୍ ଭାବେ ମିଳୁନଥିବା ସେଠାକାର ଗ୍ରାମବାସୀ ପକ୍ଷରୁ ଅଭିଯୋଗ ହୋଇଛି । ଅଙ୍ଗନୱାଡି କର୍ମୀ ସଠିକ ଭାବେ ଦାୟୀତ୍ବ ତୁଲାଉ ନଥିବାରୁ ଗ୍ରାମବାସୀ ଉକ୍ତ କର୍ମୀଙ୍କ ବଦଳି ଦାବି କରିଛନ୍ତି । ହଳଦୀ ପଞ୍ଚାୟତର ମୁଖ୍ୟଦପ୍ତର ଠାରେ ବହୁ ବର୍ଷ ଧରି ଏକ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ।

ଏହି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ପ୍ରାୟ ସମୟରେ ଅନୁପସ୍ଥିତ ରହୁଥିବା ପୁର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଏବେ ଦୀର୍ଘ ଦୁଇ ବର୍ଷ ହେବ କରୋନା ମହାମାରୀ ଯୋଗୁଁ କେନ୍ଦ୍ର ବନ୍ଦ ରହିଥିବା ସତ୍ବେ ସରକାରଙ୍କ ତରଫରୁ ଛୋଟ ଛୋଟ ପିଲାମାନଙ୍କ ପାଇଁ ଛତୁଆ ଓ ଅଣ୍ଡା ସହିତ ଗର୍ଭବତୀ ମହିଳାଙ୍କ ନିମନ୍ତେ ଖାଦ୍ୟ ଓ ଔଷଧ ନିୟମିତ ଭାବେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କିନ୍ତୁ ଏହି ଅଙ୍ଗନୱାଡି କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଛି ।

ଏଠାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ ମାସ ମାସ ଧରି କେନ୍ଦ୍ରକୁ ଆସୁନଥିବା ଫଳରେ ପିଲାମାନଙ୍କୁ ଅଣ୍ଡା ତଥା ଛତୁଆ ସଠିକ୍ ଭାବେ ମିଳିପାରୁନଥିବା ସହିତ ଗର୍ଭବତୀ ମହିଳାଙ୍କ ଖାଦ୍ୟ ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ସିଡିପିଓ ଦାୟୀତ୍ବରେ ଥିବା ରାଇଘର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ସେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ତଦନ୍ତ କରିବା ସହିତ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା