Masthead

କଂଗ୍ରେସ ଏକ ବଡ଼ ଜାହଜ: କହ୍ନେୟା କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଗତ ୨ ଦିନ ତଳେ କଂଗ୍ରେସରେ ଯୋଗ ଦେଇଛନ୍ତି ପୂର୍ବତନ ସିପିଆଇ ନେତା କହ୍ନେୟା କୁମାର । ଆଉ ଏବେ ଠୁ ଦଳର ଓକିଲାତି କରିବା ଆରମ୍ଭ କରିଦେଲେଣି ।  ଗୋଟିଏ ପରିବାରରେ ସବୁ ବେଳେ କିଛି ନା କିଛି ସମସ୍ୟା ଦେଖା ଯାଏ । ତେବେ କାହିଁକି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନୀତିନ ଗଡକାରୀଙ୍କ ମଧ୍ୟରେ ଥିବା ମତଭେଦକୁ ଏଡାଇ ଦିଆଯାଉଛି ? ପଞ୍ଜାବ ପ୍ରସଙ୍ଗରେ ପଚାରିବାରୁ ଏଭଳି କହିଛନ୍ତି କହ୍ନେୟା କୁମାର ।

ସେ କହିଛନ୍ତି , କଂଗ୍ରେସ ହେଉଛି ଏକ ମାତ୍ର ଦଳ ଯାହା ବିଜେପିକୁ କଡା ଟକ୍କର ଦେଇପାରିବ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ବିପକ୍ଷରେ କିଏ ନେତୃତ୍ୱ ନେବ ରାହୁଲ ଗାଦ୍ଧି ନା ମମତା ତାହା ଜନତା ସ୍ଥିର କରିବେ । କହ୍ନେୟା କୁମାରଙ୍କୁ କଂଗ୍ରେସରେ ଯୋଗ ଦେବା ପ୍ରସଙ୍ଗରେ ସେ କହିଛନ୍ତି, କଂଗ୍ରେସ ଏକ ବଡ ଜାହଜ । ଏହା ବଞ୍ଚିଲେ ଛୋଟ ଡଙ୍ଗା ବଞ୍ଚିବ । ସେ କହିଛନ୍ତି ଦେଶ ଏବେ ୧୯୪୭ ପୂର୍ବାବସ୍ଥାକୁ ପଳାଇଲାଣି । କଂଗ୍ରେସ ହେଉଛି ଏକ ମାତ୍ର ଦଳ ଯାହା ମହାତ୍ମା ଗାନ୍ଧି ଓ ଭଗତ ସିଂହଙ୍କ ଭଳି ମାହାନ ବ୍ୟକ୍ତିଙ୍କ ଆଦର୍ଶକୁ ଆଗେଇ ନବ ।

ତେବେ କହ୍ନେୟାଙ୍କ କଥାରୁ ସ୍ପଷ୍ଟ ଜଣାପଡିଛି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି । କହ୍ନେୟା କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ଯେ, ମୋଦି ହେଉଛନ୍ତି ବର୍ତ୍ତମାନର ଗୋବିନ୍ଦା, ଯିଏ ତାଙ୍କ ପୋଷାକକୁ ବାରାମ୍ବାର ପରିବର୍ତ୍ତନ କରନ୍ତି । ତେବେ ସେ ମୋଦିଙ୍କୁ ସମ୍ବିଧାନ ଓ ଦେଶକୁ ରକ୍ଷା କରିବା ଆମର ପ୍ରାଥମିକତା ହେବା ଉଚିତ ବୋଲି କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ