Masthead

ବଢୁଛି ତେଲ ଦର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବେଲଗାମ ତୈଳ ଦର । ଖସୁନି ସେଞ୍ଚୁରୀ ତଳକୁ । ବର୍ଦ୍ଧିତ ତୈଳ ଦରରେ ଅତିଷ୍ଠ ହେଲେଣି ଗ୍ରାହକ । ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଦର ୧୦୦ରୁ କମିବାର ନାଁ ଧରୁନି । ଜୁନ ୧ ତାରିଖରେ ତେଲ ଦର ୯୫.୨୨ ଟଙ୍କା ଥିଲା । ଜୁନ ମାସରେ ସର୍ବାଧିକ ୪.୬୪ ପ୍ରତିଶତ ତେଲ ଦର ବଢିଥିଲା । ବାସ ସେବେ ଠାରୁ ଆଉ କମିବାର ନାଁ ଧରିନି ଦର । ଲଗାତାର ୩ମାସ ଧରି ଦର ଶହେ ଉପରେ ରହୁଛି ।

ସ୍ଥିତି ଏମିତି ହେଲାଣି ଦର ଶହେ ପାର କରିବା ପରେ ଲୋକଙ୍କ ଦେହ ସୁହା ହୋଇଗଲାଣି । ଆଉ ଏହାରି ଭିତରେ ଶୁକ୍ରବାର ପୁଣି ପେଟ୍ରୋଲ ଡିଜେଲ ଦର ବଢିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ୧୦୨.୫୭ ଟଙ୍କା ଥିବାବେଳେ ଡିଜେଲ ଦର ୯୮.୩୪ଟଙ୍କା ରହିଛି । ତିନି ସପ୍ତାହର ବ୍ରେକ ପରେ ଆଜି ପୁଣି ତୈଳ ଦର ବଢିଛି । ସେପ୍ଟେମ୍ବର ମାସରେ ୦.୩୨ ପ୍ରତିଶତ ତେଲଦର ବଢିଛି । ଏହି ଦର ସର୍ବକାଳିନ ରେକର୍ଡ ପାର କରିଛି । ସେପଟେ ବର୍ଦ୍ଧିତ ଦରକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ପକେଟକୁ ବାଧୁଛି ପେଟ୍ରୋଲ ଆଉ ଡିଜେଲ ଦର ।

ନିମ୍ନ ମଧ୍ୟବିତ ଲୋକଟିଏ ଗାଡ଼ି ପଦାକୁ କାଢିବା ଆଗରୁ ୪ଥର ଭାବିବା ପାଇଁ ପଡ଼ୁଛି । ଆଚ୍ଛେ ଦିନର ନାରା ଦେଇ କେନ୍ଦ୍ରରେ ମୋଦି ସରକାର ଲଗାତାର ଦ୍ୱିତିୟ ଥର ପାଇଁ କ୍ଷମତାକୁ ଆସିଛନ୍ତି, କିନ୍ତୁ ଯେଉଁ ଭଳି ଭାବେ ତେଲଦର ବଢିବାରେ ଲାଗିଛି ଲୋକେ ଏବେ ଆଛେ ଦିନ କ’ଣ ଏୟା ବୋଲି ପ୍ରଶ୍ନ କରୁଛନ୍ତି । ଗଲା ଜୁଲାଇ ପରଠାରୁ ପେଟ୍ରୋଲ ଦର ଶହେରୁ କମିବାର ନାଁ ଧରୁନି । ସେପଟେ ତେଲ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ବିରୋଧି ।

ରାଜ୍ୟ ସରକାର ତେଲ ଦର ଉପରୁ ଭ୍ୟାଟ କମାଉନଥିବା କାରଣରୁ ତେଲ ଦର ବୃଦ୍ଧି ପାଉଥିବା ବିଜେପି କହିଛି । ଆଉ ଯାହାର ଜବାବ ଦେଇଛି ବିଜେଡ଼ି । ଖାଲି ପେଟ୍ରୋଲ କି ଡିଜେଲ ନୁହେଁ ସେହି ତୁଳନାରେ ଖାଇବା ତେଲ ଠାରୁ ଆରମ୍ଭ କରି ଇନ୍ଧନ ଗ୍ୟାସ ପର୍ଯ୍ୟନ୍ତ ସବୁର ଦର ବଢିବାରେ ଲାଗିଛି । ଯାହା ଖାଉଟିଙ୍କୁ ଚିନ୍ତାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ