Masthead

ଆଖି ଥାଇ ମଧ୍ୟ ଅନ୍ଧୁଣୀ

ଭୁବନ(ବଡ଼ ଖବର ବ୍ୟୁରୋ): ଦୁନିଆର ଭଲମନ୍ଦ ଦେଖିବା ପୂର୍ବରୁ ସବୁ ଅନ୍ଧାର । ଦିନକୁ ଦିନ ମୁହଁ ସହ ଭୃତଲାରେ ବଢୁଛି ମାଂସ ପିଣ୍ଡୁଳା । ଏହି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠଖୋକସା ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ଶ୍ରୀଧର ଦାସଙ୍କ ଝିଅ ବବିତା ଦାସ ୧୦ ବର୍ଷ ବୟସରୁ ମୁହଁ ଓ ଆଖି ଭୃତଲାରେ ଅସ୍ୱାଭାବିକ ଭାବେ ମାଂସ ବଢିବାରେ ଲାଗିଛି । ଝିଅକୁ କମ ବୟସରୁ ଆଖି ଥାଇ ମଧ୍ୟ ଅନ୍ଧୁଣୀ ହେବାକୁ ପଡିଛି । ବାପା ଶ୍ରୀଧର ଦିନ ମଜୁରୀ ଓ ଅନ୍ୟର ଜମିକୁ ଭାଗଚାଷ କରି ପରିବାର ପ୍ରତିପୋଷଣ କରନ୍ତି ।

ବହୁ ଅଭାବ ଅସୁବିଧାରେ ଥାଇ ୧୫ ବର୍ଷ ପୂର୍ବେ ପ୍ରଥମେ ଝିଅର ଚିକିତ୍ସା ପାଇଁ ଢେଙ୍କାନାଳ ଓ ପରେ କଟକ ମେଡିକାଲକୁ ନେଇଥିଲେ । ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ଝିଅର ଚିକିତ୍ସା ଗରିବ ପରିବାର ପାଇଁ ସମ୍ଭବ ନ ଥିଲା । ଝିଅର ବୟସ ବଢିବା ସହ ଯନ୍ତ୍ରଣା ମଧ୍ୟ ବଢୁଛି । ଶ୍ରୀଧର ଝିଅର ଚିକିତ୍ସା ପାଇଁ ରାଜନେତାଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ହୋଇନି । ଏହି ପରିବାର ସୁକିନ୍ଦା ଖଣି ପ୍ରଭାବିତ ଅଂଚଳରେ ହୋଇଥିଲେ ମଧ୍ୟ ଟାଟା ଷ୍ଟିଲ ରୁରାଲ ଡେଭଲପମେଣ୍ଟ ସୋସାଇଟି କୌଣସି ପଦକ୍ଷେପ ନେଉ ନାହାନ୍ତି । ଜିଲ୍ଲା ସିଡିଏମଓଙ୍କ ସହ ଆଲେଚନା କରି ବବିତାର ଚିକିତ୍ସା କରାଇବେ ବୋଲି ଭୁବନ ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା