Masthead

ପୁତ୍ରହତ୍ୟାର ପ୍ରତିଶୋଧ, ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କଲା ବାପା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁତ୍ରହତ୍ୟାର ପ୍ରତିଶୋଧ ନେଲା ବାପା । ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କଲା ବାପା । ଉତ୍ତରପ୍ରଦେଶ ଖେରୀ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଘଟଣା । କାଶୀ କଶ୍ୟପ ନାମରେ ଜଣେ ଚାଷୀ ନିଜ ପୁଅର ହତ୍ୟାକାରୀକୁ ଜାମିନରେ ଆଣି ହତ୍ୟା କରିଛି । କାଶ୍ୟପର ପୁଅ ଜିତେନ୍ଦ୍ରକୁ ହତ୍ୟା କରିଥିଲା ଶତ୍ରୁଧନ ଲାଲା । ପୁଅ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା ବାପା । ଏଥିପାଇଁ ଲାଲାକୁ ଜାମିନରେ ଆଣିବା ପାଇଁ କାଶ୍ୟପ ଆଡଭୋକେଟକୁ ନିୟୋଜିତ କରିଥିଲେ । ତେବେ ଲାଲା ଜାମିନରେ ଆସିବା ପରେ କାଶ୍ୟପ ଗୁଳି କରି ହତ୍ୟା କରିଥିଲା । ସୂଚନା ଅନୁସାରେ, କାଶ୍ୟପର ପତ୍ନୀ ସହିତ ଲାଲାର ଅନୈତିକ ସମ୍ପର୍କ ଦେଖିଥିବାରୁ ୧୪ ବର୍ଷୀୟ ପୁଅ ଜିତେନ୍ଦ୍ରକୁ ମା’ ଓ ଲାଲା ମିଶି ହତ୍ୟା କରିଥିଲେ । ଏହି ମାମଲାରେ ଦୁହେଁ ଜେଲରେ ଥିଲେ । ଲାଲାକୁ ଜାମିନରେ ଆଣି ହତ୍ୟା କରାଯାଇଥିବା ବେଳେ ମାଆ ଏବେ ଜେଲରେ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ