Masthead

‘ଭାରତ ଗରିବ ହୋଇ ରହୁ, ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ମହାତ୍ମା ଗାନ୍ଧୀଙ୍କର ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି । ଏହି ଅବସରରେ ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ଏକ ବିଚାର । ଗାନ୍ଧୀ ଆସିଥିଲେ ମାନେ ଗାନ୍ଧୀଙ୍କ ବିଚାର ଆସିଥିଲା । ମଦ ବିଷୟରେ ଗାନ୍ଧୀ କହିଥିଲେ, “ଭାରତ ଗରୀବ ହୋଇ ରହୁ, ଏହାକୁ ମୁଁ ପସନ୍ଦ କରିବି, କିନ୍ତୁ ହଜାର ହଜାର ଲୋକ ମଦୁଆ ହୁଅନ୍ତୁ, ଏହାକୁ ମୁଁ ବରଦାସ୍ତ କରିବି ନାହିଁ ।”(ୟଙ୍ଗ ଇଣ୍ଡିଆ. ୧୫.୦୯.୧୯୨୭) ।

ରାଜ୍ୟ ସରକାର ମଦ ଟିକସ କିପରି ବଢିବ, ଲୋକେ କିପରି ଅଧିକ ମଦୁଆ ହେବେ, ଯିଏ ଅଧିକ ମଦ ବିକିବ ତାକୁ ପୁରସ୍କାର ଦେବେ ସେହି ନୀତିରେ ଚାଲୁଛନ୍ତି । ଏହା ଗାନ୍ଧୀଜୀଙ୍କ ପ୍ରତି କି ପ୍ରକାର ଶ୍ରଦ୍ଧାଞ୍ଜଳି ? ଓଡିଶା ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଗୋହତ୍ୟା ନିରୋଧ ଆଇନ ଆସିଥିଲା । ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅଧିକ ଗୋଚାଲାଣ ଓଡିଶାରୁ ହିଁ ହେଉଛି । ପ୍ରତିଦିନ ଗୋଚାଲାଣର ଖବର ସମ୍ବାଦପତ୍ର ପୃଷ୍ଠା ମଣ୍ଡନ କରୁଛି ।

ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି । ଗୋରକ୍ଷାକୁ ନେଇ ମହାତ୍ମାଙ୍କ ବିଚାର କଣ ଥିଲା ? ଗାନ୍ଧୀ କହିଥିଲେ, “ମୁଁ ଗାଈକୁ ପୂଜା କରେ ଓ ତାର ପୂଜାର ସମର୍ଥନ କରିବା ପାଇଁ ସମଗ୍ର ବିଶ୍ୱର ମୁକାବିଲା କରିବାକୁ ପ୍ରସ୍ତୁତ ଅଛି । (ୟଙ୍ଗ ଇଣ୍ଡିଆ ୧-୧-୧୯୨୫) ରାଜ୍ୟରେ ଇଂରାଜୀ ଭାଷାରେ ସରକାରୀ କାମ ହେଉଛି । ଓଡିଶାରେ ଓଡିଆ ଭାଷା ଅଣଦେଖା ହେଉଛି । ଗାନ୍ଧୀଜୀ କହିଥିଲେ ଯେ – “ଇଂରାଜୀ ବିନା ଆମର କାମ ଚଳି ପାରିବ ନାହିଁ ବୋଲି ଆମେ ଯାହା ଭାବୁଛେ, ତାହା ଆମର ମାନସିକ ଦାସତ୍ୱର ପ୍ରତିଫଳନ ଅଟେ । ଏହି ପରାଜୟବାଦକୁ ମୁଁ କେବେ ହେଲେ ସମର୍ଥନ କରି ପାରିବି ନାହିଁ ।”(ହରିଜନ, ୨୫.୦୮.୧୯୪୬)

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ! 🔴 ଆସାମ, କେରଳ ଓ ପୁଡୁଚେରୀରେ ଚାଲିଛି ଭୋଟିଂ 🔴 ଆଜି ବି ପ୍ରବଳ ବର୍ଷିବ 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି