Masthead

ଚାଷୀ ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ନେଇ ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ଆରମ୍ଭରୁ କଂଗ୍ରେସ ଓ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ଫଳରେ ଦିନ ୧୧.୩୦ ଯାଏଁ ଗୃହ ମୂଳତବୀ ଘୋଷଣା କରିଥିଲେ ବାଚସ୍ପତି । ମଣ୍ଡିରେ ଧାନ ବିକ୍ରି ନକରିପାରି ଆଖି ବୁଜିଛନ୍ତି ଚାଷୀ । ମୃତ ଚାଷୀ ଧରଣୀ ବେହେରାଙ୍କ ଘର ବୌଦ୍ଧ ବ୍ଲକ ବାଉଁସୁଣୀ ପଞ୍ଚାୟତ ଜମଘଟି ଗାଁରେ । ଜାନୁଆରୀ ୨୫ରେ ଧାନ ନେବା ପାଇଁ ତାଙ୍କୁ ଟୋକନ ମିଳିଥିଲା ।

ଗତ ବୁଧବାର ମଣ୍ଡିକୁ ସେ ଧାନ ଧରି ଆସିଲେ । କିନ୍ତୁ ଗୁରବାର ମିଲର ତାଙ୍କ ଧାନ ନେଲେ ନାହିଁ । ଧରଣୀଙ୍କର ବିଭିନ୍ନ ଋଣ ଥିଲା । ଧାନ ବିକ୍ରି ନ ହେବାରୁ ଟୋକନ ଲାପ୍ସ ହୋଇଗଲା । ଚିନ୍ତାରେ ତାଙ୍କର ମୃତ୍ୟୁ ହେଲା । ଏଭଳି ଟୋକନ ବହୁତ ଲୋକଙ୍କର ଲାପ୍ସ ହେଉଛି । ଟୋକନ ବ୍ୟବସ୍ଥା କରି ଓଡ଼ିଶାରେ ଚାଷୀ ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ପ୍ରଶ୍ନକାଳକୁ ବନ୍ଦ କରି ଚାଷୀ ପ୍ରସଙ୍ଗରେ ଆଲୋଚନା କରିବାକୁ ବିଧାୟକ ନାଉରୀ ନାୟକ ଦାବି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ