Masthead

ପଲସରରେ ଆସିଲେ ଚିଲ ଭଲି ଝାମ୍ପିନେଲେ

ସୋର(ବଡ଼ ଖବର ବ୍ୟୁରୋ): ସୋରରେ ପଲସର ଆତଙ୍କ । ପବନ ଭଳି ଅସୁଛନ୍ତି ଅଖିପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ କିଛିଦିନ ହେବ ଏହି ଗ୍ୟାଙ୍ଗ ସକ୍ରିୟ ହୋଇପଡିଛି । ଏହି ଗ୍ୟାଙ୍ଗର ଆତଙ୍କରେ ଆତଙ୍କିତ ହୋଇ ପଡିଛନ୍ତି ସୋରବାସୀ । ଆଜି ମଧ୍ୟ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ଏମାନେ । ୧୬ନଂ ଜାତୀୟ ରାଜପଥ ସୋର ନିକଟ ପାଇକାଳିରେ ହୋଇଛି ଏହି ଲୁଟ । ଲୁଟର ଶିକାର ହୋଇଥିବା ମହିଳା ଜଣକଙ୍କ ନାଁ ମାନସୀ ପଲାଇ । ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ । ଏହି ସମୟରେ ଏକ ସବୁଜ ରଙ୍ଗର ପଲସରରେ ଲୁଟାରେ ମାନେ ମାନସୀଙ୍କ ପିଛା କରିଥିଲେ । ସୁଯୋଗ ଉଣ୍ଡି ଦୁର୍ବୃତ୍ତମାନେ ମାନସୀଙ୍କ ବେକରୁ ସୁନାଚେନ ଝାମ୍ପି ଚମ୍ପଟ ମାରିଥିଲେ । ଏନେଇ ମାନସୀଙ୍କ ସ୍ୱାମୀ ପୀତାମ୍ବର ଥାନାରେ ଅବିଯୋଗ କରିଛନ୍ତି । କିଛିଦିନ ହେବ ସୋର ଅଞ୍ଚଳରେ ଏହି ଗ୍ୟାଙ୍ଗ ନିଜର ପତିଆରା ଜାହିରୀ କରିବାରେ ଲାଗିଛନ୍ତି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏମାନେ ଲୁଟ, ଛିନତାଇ ଚଳାଇଛନ୍ତି । ଏହି ଗ୍ୟାଙ୍ଗ ଭୟରେ ଏବେ ପଦାକୁ ବାହାରିବାକୁ ଡରୁଛନ୍ତି ସୋରବାସୀ । ତୁରନ୍ତ ଏହି ଗ୍ୟାଙ୍ଗର ସଦସ୍ୟଙ୍କୁ ପୋଲିସ କାବୁ କରିବାକୁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ