Masthead

ଘୋଡ଼ା କାନ୍ଦୁଛି..

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଳା ଓ ସଂସ୍କୃତି ପାଇଁ ଓଡ଼ିଶା ସାରା ବିଶ୍ୱରେ ବିଦିତ । ସେହି କଳା ସଂସ୍କୃତିକୁ ଦେଖିଲେ ଓଡ଼ିଶା ଇତିହାସର ସ୍ୱାଭିମାନ ଓ ସଂଘର୍ଷର କଥା ମନେପକାଇ ଦିଏ । ସମୟ ବଦିଳିବା ସହିତ ଆଧୁନିକୀକରଣ ଆମ କଳା ଓ ସଂସ୍କୃତିକୁ କୋଉଠି ନା କୋଉଠି ପଛକୁ ଠେଲି ଦେଇଛି । ଦିନ ଥିଲା ରାଜଧାନୀର ଶୋଭା ବଢାଉଥିଲା ମାଷ୍ଟରକ୍ୟାଣ୍ଟିନ ଘୋଡ଼ା । ପଥରେ ତିଆରି ଏହି ଘୋଡ଼ା ଓଡ଼ିଆ ଶିଳ୍ପକଳାର ଏକ ବଳିଷ୍ଠ ପ୍ରମାଣ । ଓଡ଼ିଆ ଶିଳ୍ପୀର କଳାନୈପୁନ୍ୟ ଏଥିରେ ପ୍ରତିପାଦିତ ହୋଇଛି ।

ସମୟ ଗଡିଛି । ରାଜଧାନୀରେ ସ୍ମାର୍ଟ ସିଟିର ଛାପ ଲାଗିବା ପରେ ସେହି ଶୋଭା ବଢାଉଥିବା ଘୋଡ଼ା ଆଜି ଅବହେଳିତ । ସତ ଘୋଡ଼ା ବୁଢା ହେଲା ଭଳି ଆଜି ସେହି ପଥର ଘୋଡ଼ବି ବୁଢା ହୋଇଯାଇଛି । ଅଲୋଡା ଓ ପରିତ୍ୟକ୍ତ ହୋଇ ପଡିରହିପଡ଼ିଛି । ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିର୍ମାଣ ହୋଇଥିଲା ଏହି ଘୋଡ଼ା । ପଦ୍ମଭୁଷଣ ଡ. ରଘୁନାଥ ମହାପାତ୍ର ଏହି ଘୋଡା ତିଆରି କରିଥିଲେ । ତାଙ୍କ ନିହାଣ ମୁନରେ ନିର୍ଜୀବ ପଥର ଜୀବନ୍ତ ହୋଇଉଠିଥିଲା ।

ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ଛାତିରେ ଅବହେଳିତ ହୋଇ ପଡ଼ିରହିଛି ହଜାର ହଜାର ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ପଥର ଘୋଡ଼ା । ଅଳିଆ ଆବର୍ଜନା ଭିତରେ ପଡି ଘୋଡ଼ା କାନ୍ଦୁଛି । ହଁ କାନ୍ଦୁଛି । ସେ କାନ୍ଦ କେହି ଦେଖି ପାରୁନାହାନ୍ତି ସତ କିନ୍ତୁ ତା ଆଖିରୁ ଲୁହ ଝରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ