Masthead

‘ଆଖି ଆଗରେ ଜାଳି ଦେଲେ ଘର, ସ୍ୱାମୀ ଓ ପୁଅକୁ କଲେ ହତ୍ୟା’

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ମଣିପୁର ଲଜ୍ଜା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ମଣିପୁରରେ ମହିଳାଙ୍କ ସହ ହୋଇଥିବା ବର୍ବରତାକୁ ନେଇ ସାରା ଦେଶରେ ବିବ୍ରତ ହୋଇଛି । ଏଯାବତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।  ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ରାଜ୍ୟ ପୋଲିସ ତଦନ୍ତ ଜାରି ରଖିଛି। ସେପଟେ ଆଉ ଏକ ବଡ଼ ବୟାନ ସାମ୍ନାକୁ ଆସିଛି ।

ମଣିପୁର ହିଂସା ପାଇଁ ରାଜ୍ୟ ସରକାର ଦାୟୀ ବୋଲି କହିଛନ୍ତି ପୀଡିତାଙ୍କ ମାଆ । ଏହାସହ କିପରି ନିଜ ଆଖି ଆଗରେ ନିଜ ସ୍ୱାମୀ ଓ ପୁଅକୁ ବିଭତ୍ସ ଭାବେ ହତ୍ୟା କରାଗଲା, ତାହା ବର୍ଣ୍ଣନା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଡ଼ ଭିତରେ ନିଜ ଘରକୁ ଜାଳି ପୋଡ଼ି ପାଉଁଶ କରି ଦିଆଗଲା । ଜମିବାଡ଼ି ସବୁ ନଷ୍ଟ କରିଦିଆ ଗଲା । ଆଖି ଆଗରେ ସ୍ୱାମୀ ଓ ପୁଅକୁ ହତ୍ୟା କରିଦେଲେ ।

ପୁଣି ନିଜ ଝିଅ ସହ ଯାହା ଘଟିଲା, ତାହା ପୂରା ଦେଶ ଜାଣିଛି । ଅନ୍ୟପଟେ ଏହି ବର୍ବରକାଣ୍ଡ ପାଇଁ ରାଜରାସ୍ତାରୁ ଆରମ୍ଭ କରି ସଂସଦରେ ମଧ୍ୟ ହୋହଲ୍ଲା ମଧ୍ୟ ଦେଖିବାକୁ ମିଳିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ବିରୋଧୀ ପ୍ରଡଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା