Masthead

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରିଲା ସ୍ୱାମୀ

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ):  ପାଟଣାଗଡ ବ୍ଲକ ଲରମ୍ଭା ଥାନା ଘୁମେର ଗାଁରେ ଅଭାବନୀୟ ଘଟଣା । ଘୁମେର ଗାଁର ଲଷ୍ମୀଧର ସାହୁ ନିଜ ସ୍ତ୍ରୀ ରାଇମତିକୁ ଠେଙ୍ଗାରେ ପିଟିପିଟି ମାରିଦେଇଥିବା ଜଣାପଡିଛି । ସୂଚନାନୁସାରେ ଲକ୍ଷ୍ମୀଧର ତା ସ୍ତ୍ରୀ ସହିତ ସବୁଦିନ ଭଳି ପାଖ ଜଙ୍ଗଲକୁ ଟୋଲ ଗୋଟେଇବା ପାଇଁ ଯାଇଥିଲା । କୌଣସି କାରଣ ବଶତଃ ଦୁଇ ଜଣଙ୍କ ମଧ୍ୟରେ ବଚସା ହେବାରୁ ଲଷ୍ମୀଧର ରାଗିଯାଇ ଠେଙ୍ଗାରେ ପିଟି ପିଟି ମାରିଦେଇଥିବା ଜଣାପଡିଛି ।

ପରେ ଲଷ୍ମୀଧର ବହୁ ସମୟ ଜଙ୍ଗଲରେ ବୁଲିବା ପରେ ସନ୍ଧ୍ୟାରେ ଘରକୁ ଯାଇ ସବୁକଥା କହିଥିଲା । ଘରଲୋକ ଲରମ୍ଭା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ରାତି ସାରା ଶବକୁ ଜଗି ରହିଥିଲା । ଆଜି ସକାଳୁ ସାଇଣ୍ଟିଫିକ ଟିମ ଆସି ଇନକ୍ୱାରି କଲାପରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସ୍ୱାମୀ ଲଷ୍ମୀଧରକୁ ଲରମ୍ଭା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେବେ ଝଗଡା ହେଉନଥିଲା ଦି ଜଣ ଭଲରେ ରହୁଥିଲେ ବୋଲି ତାଙ୍କ ବଡ ପୁଅ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା