ନବରଙ୍ଗପୁର (ବଡ ଖବର ବ୍ୟୁରୋ ): ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା। ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭାଣ୍ଡିମାଲ ଗାଁରେ ଘଟିଛି ଏପରି ଅଘଟଣ । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ସ୍ତ୍ରୀ ପାର୍ବତୀ ଜାନୀ,ସ୍ୱାମୀ ନୀଳଧର ଯାନୀ ଵୋଲି ଜଣାପଡିଛି । ଘରୁ ଏକସହ ମିଟର ଦୂରରେ ଘଟିଛି ଘଟଣା। ସ୍ତ୍ରୀ କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ଦଉଡି ଲଗାଇ ସ୍ୱାମୀ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।
ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଉଭୟ ସ୍ୱାମୀ ସ୍ତ୍ରୀ ଝରି ଗାଁ ବ୍ଲକର ଦୁମରଡ଼ା ଗାଁରୁ ଆସି ନିଜ ସଂପର୍କୀୟଙ୍କ ବାହାଘର କାର୍ୟ୍ୟକ୍ରମରେ ଯୋଗଦେଇଥିଲେ । ଗତ ରାତିରେ ସେମାନେ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ , ସକାଳୁ ସେମାନଙ୍କ ଶବ ଏଭଳି ଅବସ୍ଥାରେ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।