Masthead

୧୪ ଘଣ୍ଟା ଧରି ପଡ଼ିରହିଲା ଶବ

ବରଗଡ (ବଡ ଖବର ବ୍ୟୁରୋ): ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ସନ୍ଦିବହାଲ ଗ୍ରାମପଞ୍ଚାୟତ ଅଧିନରେ ଥିବା ଜାମୁଟ ବାହାଲ ଗ୍ରାମର ବିନୋଦ ଠାକୁର ନାମକ ଜଣେ ବ୍ୟକ୍ତି ତାମିଲନାଡୁରୁ ପାଞ୍ଚ ଦିନ ପୂର୍ବରୁ ଗ୍ରାମକୁ ଫେରି ଥିଲା । ତାଙ୍କ ଦେହରେ ଜର ରହିଥିଲା ଏବଂ ଗତକାଲି ଦେହ ଅତ୍ୟନ୍ତ ଅସୁସ୍ଥ ହୋଇଥିବାରୁ ଆମ୍ବୁଲାନ୍ସକୁ ଗ୍ରାମର ଜଣେ ବ୍ୟକ୍ତି ଡାକିଥିଲେ, ହେଲେ କୌଣସି କାରଣରୁ ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ହସ୍ପିଟାଲ୍ ନେବା ବଦଳରେ ଗୁରୁତର ଅବସ୍ଥାରେ ଘରେ ଛାଡ଼ିଦେଇ ଚାଲିଯାଇଥିଲେ |

ଯେଉଁଥି ପାଇଁ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶବକୁ ଜଗି ରହିଥିଲେ | ତାଙ୍କର ସମ୍ପର୍କୀୟ କେହି ଆସି ନଥିବା ବେଳେ ଶବଟି ସକାଳ ପ୍ରାୟ ୧୦ ସମୟ ପର୍ୟ୍ୟନ୍ତ ପଡ଼ିରହିଥିଲା। ତେବେ ରାତି ପ୍ରାୟ ୭ ଟା ବେଳେ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳ ୧୦ ଟା ବେଳେ ଗାଇସିଲେଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଳବ୍ ଖବର ପାଇ ଘଟଣା ସ୍ଥଳରେ ଗାଇସିଲେଟ ବିଡିଓ ନିରଞ୍ଜନ ସା ଓ ତହସିଲଦାର ପୁଷ୍ପକ ପଧାନ ଉପସ୍ଥିତ ରହି କ୍ଳବର ସଭ୍ୟମାନେ ଶବକୁ ଘରୁ ବାହାର କରି ଶବ ସତ୍କାର କରିବାର ଦେଖିବାକୁ ମିଳିଛି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ