ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଦୁଇ ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଆଉ ଏହି ସମୟରେ ସେ ଭାରତର ସଂସ୍କୃତି ଏବଂ ଖାଦ୍ୟକୁ ଉପଭୋଗ କରୁଛନ୍ତି। ତେବେ ସୋମବାର ସେ ଗୁପଚୁପ , ଲସି ଏବଂ ଆମ୍ ପନ୍ନାର ସ୍ୱାଦ ନେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କରେ ପହଞ୍ଚି ସେଠାରେ ଭାରତୀୟ ଖାଦ୍ୟର ସ୍ବାଦ ଚାଖିଥିଲେ। ଗୁପଚୁପ , ଆମ୍ ପନ୍ନା ଏବଂ ଲାସି ପିଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ସେ ମସଲାଯୁକ୍ତ ଭାରତୀୟ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି।
#WATCH | Prime Minister Narendra Modi and Japanese PM Fumio Kishida visit Buddha Jayanti Park in Delhi. The Japanese PM also tried Gol Gappe, Lassi and Aam Panna here.
(Source: DD News) pic.twitter.com/sC3khaR31v
— ANI (@ANI) March 20, 2023
ଏଥି ସହିତ ଅନେକ ଲୋକ ସୋସିଆଲ ମିଡିଆରେ ଟ୍ୱିଟ କରି ଚିନ୍ତା ପ୍ରକଟ କରିଛନ୍ତି ଯେ ରାଗ ଏବଂ ଖଟା ଭାରତୀୟ ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବନି ତ? ତେବେ ଭିଡିଓରେ ଦେଖି ଯାହା ଲାଗୁଛି ତାଙ୍କୁ ମସଲାଯୁକ୍ତ ଖାଦ୍ୟ ଖାଇବାରେ କୌଣସି ଅସୁବିଧା ଥିବା ହେଉ ନାହିଁ। ପ୍ରଧାନମନ୍ତ୍ରୀ ମଧ୍ୟ ହସି ହସି ତାଙ୍କ ସହ କଥା ହେବା ସହ ବୁଦ୍ଧ ପାର୍କରେ ଗୁପଚୁପର ମଜା ନେଇଥିଲେ । ତେବେ ଏହାର ଭିଡିଓ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ମୋ ସାଙ୍ଗ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗୁପଚୁପ ସହ ଭାରତୀୟ ଖାଦ୍ୟର ମଜ୍ଜା ନେଉଛନ୍ତି ।