Masthead

ଫୁଟବଲ ମହାକୁମ୍ଭର ମହାମୁକାବିଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ୟୁରୋ ଓ କୋପା ଆମେରିକାର ଫାଇନାଲ ଲାଇନ ଅପ୍ ଚୂଡ଼ାନ୍ତ ହୋଇଛି । ବିଶ୍ୱର ଦୁଇ ମହାଦେଶରେ ଚାଲିଥିବା ଫୁଟବଲର ଏହି ଦୁଇ ମହାକୁମ୍ଭର ଫାଇନାଲ ଅନୁଷ୍ଠିତ ହେବ । ଯଦି ଆମେ ୟୁରୋ କପ୍-୨୦୨୧ କଥା ଦେଖିବା ଜୁଲାଇ ୧୨ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ଇଟାଲି । ପ୍ରଥମ ସେମିଫାଇନାଲରେ ପେନାଲ୍ଟି ଶୁଟ୍ଆଉଟରେ ସ୍ପେନକୁ ୪-୨ ଗୋଲରେ ହରାଇ ଇଟାଲି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଉଭୟ ଦଳଙ୍କୁ ଗୋଲ କରିବାର ଏକାଧିକ ସୁଯୋଗ ମିଳିଥିଲା, ତେବେ ହାତଛଡ଼ା ହୋଇଥିଲା । ମ୍ୟାଚର ୬୦ତମ ମିନିଟରେ ଇଟାଲିର ଫେଡରିକୋ ଚିଏସା ଗୋଲ କରି ଦଳକୁ ୧-୦ରେ ଆଗୁଆ କରିଥିଲେ ।

୮୦ ତମ ମିନିଟରେ ସ୍ପେନ ପକ୍ଷରୁ ଅଲଭୋରା ମୋରାଟ ଗୋଲ ଦେଇ ମ୍ୟାଚକୁ୧-୧ ସ୍ଥିତିକୁ ଆଣିଥିଲେ । ଖେଳର ଅତିରିକ୍ତ ୩୦ ମିନିଟ ବଢାଯାଇଥିଲା କିନ୍ତୁ ଫଳାଫଳ ନବାହାରିବାରୁ ଶୁଟ୍ ଆଉଟ୍ ହୋଇଥିଲା । ଇଟାଲି ଲଗାତର ୪ ଗୋଲ କରିଥିବା ବେଳେ ସ୍ପେନ୍ ୨ଟି ଗୋଲ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ଦୀର୍ଘ ୫୫ ବର୍ଷର ଅନ୍ତ ଘଟାଇ ଇଂଲଣ୍ଡ କୌଣସି ଏକ ବଡ଼ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଯାଇଛି । ଡେନମାର୍କକୁ ୨-୧ ଗୋଲରେ ହରାଇ ଫାଇନାଲରେ ପହଞ୍ଚିଛି ଦଳ । ଅତିରିକ୍ତ ମିନିଟରେ ଇଂଲିଶ ଅଧିନାୟକ ହ୍ୟାରି କେନ୍ ଚମକ୍ରାର ଗୋଲ ଦେଇ ଦଳକୁ ବିଜୟୀ କରାଇଥିଲେ । ଜୁଲାଇ ୧୨ରେ ୱେମ୍ବଲି ଷ୍ଟାଡିୟମରେ ଇଟାଲି ଏବଂ ଇଂଲଣ୍ଡ ୟୁରୋ କପ୍ ପାଇଁ ମୁହାଁମୁହିଁ ହେବେ । ସେହିଭଳି କୋପା ଆମେରିକା କପର ଫାଇନାଲରେ ମୁହାଁମୁହିଁ ହେବେ ବ୍ରାଜିଲ ଓ ଆର୍ଜେଣ୍ଟିନା । ଜୁଲାଇ ୧୧ରେ ବ୍ରାଜିଲର ମାରାସାନା ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ ।

ପ୍ରଥମ ସେମିଫାଇନାଲରେ ପେରୁକୁ ୧-୦ରେ ହରାଇ ବ୍ରାଜିଲ ଫାଇନାଲ ଟିକେଟ ହାତେଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ଆର୍ଜେଣ୍ଟିନା ୩-୨ରେ କଲମ୍ବିଆକୁ ପରାସ୍ତ କରିଛି । ଟାଇବ୍ରେକରରେ ଏହି ଫଇସଲା ହୋଇଥିଲା । ନିର୍ଦ୍ଧାରିତ ସମୟରେ ସ୍ଥିତି ୧-୧ରେ ବରାବର ଥିଲା । ମ୍ୟାଚ ଅତିରିକ୍ତ ମିନିଟକୁ ଯାଇଥିଲା । ଶେଷରେ ଆର୍ଜେଣ୍ଟିନା ଶୁଟ୍ ଆଉଟରେ ବିଜୟୀ ହୋଇ ଫାଇନାଲକୁ ଯାଇଛି । ଗୋଲକିପର ଏମିଲିଆନୋ ମାର୍ଟିନେଜ ୩ଟି ପେନାଲ୍ଟି ଅଟକାଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର