Masthead

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ

କୋଲକାତା (ବଡ଼ ଖବର ବ୍ୟୁରୋ): ଆଜି ସରିବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୮ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ । ଆଜି ସକାଳୁ ପଶ୍ଚିମବଙ୍ଗ ବିଧାନସଭାର ୩୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । କୋଭିଡ଼ ନିୟମକୁ ପାଳନ କରି ଭୋଟ ଦେବାକୁ ନରେନ୍ଦ୍ର ମୋଦି ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ।

ଆଜିର ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର କୋଲକାତାର କାଶିପୁର-ବେଲଗାଛିଆ ସ୍ଥିତ ଏକ ଉଚ୍ଛଦାନ କେନ୍ଦ୍ରରେ ଅଭିନେତା ତଥା ମିଥୁନ ଚକ୍ରବର୍ତ୍ତୀ ଭୋଟ୍ ଦେଇଛନ୍ତି । ଏହାସହିତ ସେ କହିଛନ୍ତି, ପୂର୍ବରୁ ମୁଁ ଏମିତି କେବେ ଶାନ୍ତିରେ ଭୋଟ୍ ଦେଇନଥିଲି । ସମସ୍ତ ନିରାପତ୍ତା କର୍ମଚାରୀଙ୍କୁ ଅଭିନନ୍ଦନ । ମାଲଦା, ମୁର୍ଶିଦାବାଦ, ବୀରଭୁମ ଏବଂ କୋଲକାତା ଅଂଚଳର ଏହି ଆସନ ଗୁଡ଼ିକରୁ ପ୍ରତିଦ୍ୱନ୍ଦିତା କରୁଥିବା ସମୁଦାୟ ୨୮୩ ଜଣଙ୍କ ମଧ୍ୟରୁ ୩୫ ଜଣ ମହିଳା ରହିଛନ୍ତି ।

ଏଥିରେ ମାଲଦାର ୬ଟି, ମୁର୍ଶିଦାବାଦ ଓ ବୀରଭୁମିରେ ୧୧ଟି ଲେଖାଏଁ ଓ କୋଲକାତାର ୭ଟି ଆସନ ଅର୍ନ୍ତଭୁକ୍ତ । ଏଥିପାଇଁ ୧୧ ହଜାର ୮୬୦ଟି ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲାଯାଇଛି । ଅନ୍ୟପଟେ ଆଜି ସନ୍ଧ୍ୟା ପରେ ଏକଜିଟି ପୋଲ ଫଳାଫଳ ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ