Masthead

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ନିର୍ବାଚନ

କୋଲକାତା (ବଡ଼ ଖବର ବ୍ୟୁରୋ): ଆଜି ସରିବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୮ମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ । ଆଜି ସକାଳୁ ପଶ୍ଚିମବଙ୍ଗ ବିଧାନସଭାର ୩୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । କୋଭିଡ଼ ନିୟମକୁ ପାଳନ କରି ଭୋଟ ଦେବାକୁ ନରେନ୍ଦ୍ର ମୋଦି ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ।

ଆଜିର ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନରେ ଉତ୍ତର କୋଲକାତାର କାଶିପୁର-ବେଲଗାଛିଆ ସ୍ଥିତ ଏକ ଉଚ୍ଛଦାନ କେନ୍ଦ୍ରରେ ଅଭିନେତା ତଥା ମିଥୁନ ଚକ୍ରବର୍ତ୍ତୀ ଭୋଟ୍ ଦେଇଛନ୍ତି । ଏହାସହିତ ସେ କହିଛନ୍ତି, ପୂର୍ବରୁ ମୁଁ ଏମିତି କେବେ ଶାନ୍ତିରେ ଭୋଟ୍ ଦେଇନଥିଲି । ସମସ୍ତ ନିରାପତ୍ତା କର୍ମଚାରୀଙ୍କୁ ଅଭିନନ୍ଦନ । ମାଲଦା, ମୁର୍ଶିଦାବାଦ, ବୀରଭୁମ ଏବଂ କୋଲକାତା ଅଂଚଳର ଏହି ଆସନ ଗୁଡ଼ିକରୁ ପ୍ରତିଦ୍ୱନ୍ଦିତା କରୁଥିବା ସମୁଦାୟ ୨୮୩ ଜଣଙ୍କ ମଧ୍ୟରୁ ୩୫ ଜଣ ମହିଳା ରହିଛନ୍ତି ।

ଏଥିରେ ମାଲଦାର ୬ଟି, ମୁର୍ଶିଦାବାଦ ଓ ବୀରଭୁମିରେ ୧୧ଟି ଲେଖାଏଁ ଓ କୋଲକାତାର ୭ଟି ଆସନ ଅର୍ନ୍ତଭୁକ୍ତ । ଏଥିପାଇଁ ୧୧ ହଜାର ୮୬୦ଟି ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲାଯାଇଛି । ଅନ୍ୟପଟେ ଆଜି ସନ୍ଧ୍ୟା ପରେ ଏକଜିଟି ପୋଲ ଫଳାଫଳ ଘୋଷଣା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା