Masthead

ଦେଶରେ ବଜାରଦର ଆକାଶଛୁଆଁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତଭଳି ବିକାଶୋନ୍ମୁଖୀ ଦେଶରେ ବଜାରଦର ବୃଦ୍ଧି ଅତି ଗୁରୁତର ପରିସ୍ଥିତି ସୃଷ୍ଟି କରିଥାଏ । ସାଧାରଣ ଲୋକଙ୍କ ଉପରେ ଦରବୃଦ୍ଧିର ସିଧାସଳଖ ପ୍ରଭାବ ପଡିବାରୁ ସରକାରୀ ବିରୋଧୀ ସ୍ୱର ଜୋର ଧରିଥାଏ । ଖାଲି ସାଧାରଣ ନାଗରିକ ନୁହଁନ୍ତି, ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଥାନ୍ତି । ତେବେ ପରିଚାଳନାଗତ ତ୍ରୁଟି ଓ ଅନ୍ତରାଷ୍ଟ୍ରୀୟ ବଜାର ପ୍ରଭାବ ଦରଦାମ ବୃଦ୍ଧିର ଆଉ ଏକ କାରଣ ବୋଲି କୁହାଯାଇ ପାରେ । ଦେଶରେ ବଜାରଦର ଆକାଶଛୁଆଁ । ଖାଦ୍ୟ ପଦାର୍ଥଠୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ହାତ ମାରି ହେଉନି । ରନ୍ଧନ ଗ୍ୟାସ,ପେଟ୍ରୋଲ ଓ ଡିଜେଲ ଚିନ୍ତା ବଢାଇ ଦେଇଛି । ଦର ବୃଦ୍ଧି ବିରୋଧୀଙ୍କୁ ଆନ୍ଦୋଳନ ପାଇଁ ଖୋରାକ ଯୋଗାଇଛି । ଆଜି ଦିଲୀ, କୋଲକାତାରେ ପେଟ୍ରୋଲ ଲିଟର ପ୍ରତି ୧୧୦ ଟଙ୍କାରୁ ଉଦ୍ଧ୍ୱର୍ ଦରରେ ବିକ୍ରି ହେଉଛି ।

ମୁମ୍ବାଇରେ ଏହି ଦର ୧୧୫ । ଓଡ଼ିଶାରେ ୧୧୦ ଟଙ୍କା ୩୨ପଇସା । ସେହିପରି ଡିଜେଲ ୧୦୯ ଟଙ୍କା ଉପରେ ରହିଛି । ଲଗାତର ୬ ଦିନ ଧରି ବଢି ଚାଲିଛି ତୈଳ ଦର । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ମାଲ ପରିବହନ ଭଡ଼ା ବୃଦ୍ଧି ପାଉଥିବାରୁ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ୨୦୨୦ ମାର୍ଚ୍ଚ ପୂର୍ବରୁ ୩୭.୮୩ ପ୍ରତିଶତ ପେଟ୍ରୋଲ ଓ ୨୮.୦୬ ପ୍ରତିଶତ ଡିଜେଲ ଦର ବୃଦ୍ଧି ଘଟିଥିଲା । ତା’ ପରଠାରୁ ଆଜି ପର୍ଯ୍ୟନ୍ତ ଲିଟର ପ୍ରତି ପେଟ୍ରୋଲ ୫୬.୨୬ ଓ ଡିଜେଲ ୪୪.୭୭ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ତଜାତୀୟ ବଜାରରେ ଗତ ୬ ମାସ ହେବ ଅଶୋଧିତ ତୈଳ ଦର ବଢିଚାଲିଛି । ତୈଳ ଉତ୍ପାଦନ ହ୍ରାସ ଓ ବ୍ୟ‎ବହାର ଅଧିକ ଦର ବୃଦ୍ଧିର ଅନ୍ୟତମ ମୁଖ୍ୟ କାରଣ ।

ଟାସ୍କ କମ୍ପେନେଟ ବୃଦ୍ଧି ଯୋଗୁଁ ଖାଉଟିଙ୍କ ଉପରେ ବୋଝ ପଡ଼ୁଛି । ସେଣ୍ଟାଲଏକସାଇଜ ଓ ସେସ ଏବଂ ରାଜ ସରକାରଙ୍କ ଭାଟ ନିତି ତେଲ ଦର ବୃଦ୍ଧିର ଆଉ ଏକ ପ୍ରମୁଖ କାରଣ । ସେହିପରି ଇନ୍ଧନ ଗ୍ୟାସ ବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢାଇଦେଇଛି । କମରସିଆଲ ଗ୍ୟାସ ସିଲିଣ୍ଡର ଦାମ ୨୬୬ ଟଙ୍କା ବଢିଛି । ଏହା ସର୍ବକାଳୀନ ରେକର୍ଡ କୁହାଯାଇପାରେ । କରୋନା ସମୟରେ ଏଲପିଜି ଦର ପ୍ରତି ୧୫ ଦିନରେ ବୃଦ୍ଧି ପାଇ ଏବେ ୯୩୦ ଟଙ୍କାରେ ପହଞ୍ଚିଛି । ବାକି ରହିଲା ସବୁଜ ପନିପରିବା କଥା । ମୌସୁମୀ ପ୍ରଭାବରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । ଉତ୍ପାଦନ ବହୁତ କମ । ଚାହିଦା ଢେର ଅଧିକ, ତେଣୁ ପରିବାରେ ହାତ ମାରିବାକୁ ଡ଼ର ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର