କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ନିଜ ସନ୍ତାନକୁ ନିଜ ହାତରେ ମାରିଲା ମା । ଏଭଳି ଜଘନ୍ୟ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜୁଆଙ୍ଗ ସାହିରେ । ଦୁଇ ଛୁଆଙ୍କୁ ମାରିଦେଲା ମା । ମହିଳାଙ୍କର ନାମ ହେଉଛି ଲକ୍ଷ୍ମୀ । ୪ ବର୍ଷତଳେ ନିଜର ବର୍ଷକର ଝିଅକୁ ପାଣିରେ ପକାଇ ମାରିଥିଲେ ଉକ୍ତ ମହିଳା ଜଣଙ୍କ । ଏହା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡ ହୋଇଥିଲା । ୨ ବର୍ଷ ଜେଲରୁ ଫେରିଲା ପରେ ପୁଣି ଆଜି ଘଟାଇଛି ଆଉ ଏକ ବିଭତ୍ସ କାଣ୍ଡ । ୨୦ ଦିନର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ମାରିଥିଲା । ଟାଙ୍ଗିଆରେ ହାଣି ପୁଅର ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲା । ଖବର ପାଇ ପୁଲିସ ଗାଁରେ ପହଞ୍ଚିଥିଲା । ଲକ୍ଷ୍ମୀଙ୍କୁ ଗିରଫ କରିବା ସହ ଟାଙ୍ଗିଆ ଜବତ କରିଥିଲା ।