Masthead

କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ନର୍ସ

କରୋନା ମହାମାରୀ ପାଇଁ ବିଶ୍ୱସାରା ଲୋକେ ସତର୍କତା ଅବଲମ୍ବନ କରିଛନ୍ତି । ଇଣ୍ଡୋନେସିଆର ଏକ ହସ୍ପିଟାଲ୍‌ର ନର୍ସଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୋଗ ହୋଇଛି ଯେ ନର୍ସ ଜଣକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ଜଣେ କରୋନା ରୋଗୀଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ପିନ୍ଧିଥିବା ପିପିଇ କିଟ୍‌କୁ ଖୋଲି ଦେଇଥିଲେ । ନର୍ସ ଜଣକ ହସ୍ପିଟାଲ୍‌ର ଶୌଚାଳୟରେ ଏପରି ଘୃଣ୍ୟ କାର୍ୟ୍ୟ କରିଥିବା ସୂଚନା ରହିଛି । କରୋନା ଆକ୍ରାନ୍ତ ଜଣକ ଏ ନେଇ ସୋସିଆଲ୍‌ ମିଡିଆରେ ସୂଚନା ଦେବା ପରେ ଚର୍ଚ୍ଚା ଜୋର ଧରିଛି ।

ଖବର ଚାରିଆଡ଼େ ଖେଳିଯିବା ପରେ ଏବେ ଉଭୟ ନର୍ସ ଓ ରୋଗୀଙ୍କୁ ପୃଥକ କରି ରଖାଯାଇଛି । କରୋନା ଆକ୍ରାନ୍ତ ଜଣକ ନର୍ସ ଓ ତାଙ୍କ ମଧ୍ୟରେ ହୋଇଥିବା ଏକ ହ୍ବାଟ୍‌ସଆପ୍‌ ଚାଟ୍‌ର ସ୍କ୍ରିନ୍‌ସଟ୍‌କୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ସୋସିଆଲ୍‌ ମିଡିଆରେ ଘଟଣାଟି ଭାଇରାଲ୍‌ ହେବା ପରେ ଉଭୟ ଆକ୍ରାନ୍ତ ଓ ନର୍ସଙ୍କୁ ପଚରାଉଚରା କରାଯାଇଥିଲା । ସେମାନେ ସତ ମାନିଛନ୍ତି । ଏହି ଘଟଣା ପରେ ନର୍ସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏହି ମାମଲା କେନ୍ଦ୍ରୀୟ ଜାକର୍ତ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ତଦନ୍ତ ଜାରି ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ