Masthead

ଆସିବ ‘ୱାନ ନେସନ ୱାନ ଇଲେକ୍ସନ’ ବିଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏକସଙ୍ଗେ ଦେଶରେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ (ଓଏନ୍‌ଓଇ) ବିଲ୍‌ ସୋମବାର ଲୋକ ସଭାରେ ଆଗତ କରାଯିବାକୁ ତାଲିକାଭୁକ୍ତ ହୋଇଛି। ବିଭିନ୍ନ କାରଣରୁ ଦେଶରେ ଏକସଙ୍ଗେ ନିର୍ବାଚନ ହେବା ଅତ୍ୟନ୍ତ ଜରୁରୀ। କାରଣ ବାରମ୍ବାର ନିର୍ବାଚନ ବ୍ୟୟବହୁଳ ହୋଇଥିବା ବେଳେ ବହୁ ସମୟ ବରବାଦ ହେଉଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେଉଥିବାରୁ ସମସ୍ତ ବିକାଶମୂଳକ କାର୍ଯ୍ୟ ଅଟକି ରହିବା ସହ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି।

ତେବେ କେନ୍ଦ୍ର ସରକାର ସୋମବାର ଲୋକସଭାରେ ଏକ ଦେଶ-ଏକ ନିର୍ବାଚନ ସହ ଜଡ଼ିତ ଦୁଇଟି ବିଲ୍‌ ଆଣିପାରନ୍ତି । ଏହି ବିଲ୍‌କୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏକ ଦେଶ-ଏକ ନିର୍ବାଚନ ନିମନ୍ତେ ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିବେ । କୋବିନ୍ଦ କମିଟି ସମ୍ବିଧାନର ଧାରା ୮୨ରେ ସଂଶୋଧନ ଲାଗି ସୁପାରିସ କରିଥିଲେ । ସୁପାରିସ ଅନୁସାରେ ଧାରା ୮୨(ଏ) ଯୋଡ଼ି ଲୋକସଭା ଓ ବିଧାନସଭା କାର୍ୟ୍ୟକାଳ ଏକସଙ୍ଗେ ଭାଙ୍ଗିବାର ବ୍ୟବସ୍ଥା କରାଯିବ ।

ସରକାର ବିଲ୍‌କୁ ନେଇ ସାର୍ବଜନିକ ସହମତି ଆଣିବେ । ବିଲ୍‌କୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯିବା ସମ୍ଭାବନା ରହିଛି । ଏହାବ୍ୟତୀତ କେନ୍ଦ୍ରଶାସିତ ଅଞ୍ଚଳ ସହ ଜଡ଼ିତ ୩ଟି ଆଇନରେ ବି ସଂଶୋଧନ ଅଣାଯିବ । ତନ୍ମଧ୍ୟରେ ଦ ଗଭର୍ଣ୍ଣମେଣ୍ଟ ଅଫ୍‌ ୟୁନିୟନ ଟେରିଟୋରିଜ ଆକ୍ଟ ୧୯୬୩, ଦ ଗଭର୍ଣ୍ଣମେଣ୍ଟ ଅଫ୍‌ ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ ୧୯୯୧ ଏବଂ ଦ ଜମ୍ମୁ ଆଣ୍ଡ କାଶ୍ମୀର ରିଅର୍ଗାନାଇଜେସନ ଆକ୍ଟ ୨୦୧୯ ଅନ୍ତର୍ଭୁକ୍ତ । ଏଥିରେ ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ନିମନ୍ତେ ସଂଶୋଧନ ଅଣାଯିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ