Masthead

ରିମାଣ୍ଡରେ ଗଲେ ଅଭିନେତା ଅରମାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଅଭିନେତା ଅରମାନ କୋହଲିଙ୍କୁ ଶନିବାର ଡ୍ରଗସ କାରବାର ମାମଲାରେ ଏନସିବି ଗିରଫ କରିଥିଲା । ଏହା ପରେ ଆଜି ତାଙ୍କୁ ରିମାଣ୍ଡରେ ନେଇଛ ଏନସିବି । ଏନସିବି ଗତ ଶନିବାର କୋହଲିଙ୍କ ଘରେ ରେଡ୍ କରିଥିଲା । ତେବେ ତାଙ୍କ ଘରୁ କିଛି କୋକିନ ମିଳିବା ପରେ ଅରମାନଙ୍କୁ ରିରଫ କରିଥିଲା ଏନ୍ସିବି । ଆଜି ତାଙ୍କୁ ସିଟି କୋର୍ଟରେ ହାଜର ହେବା ପାଇଁ କୁହାଯାଇଥିଲା । ଏନସିବିର କହିବା ଅନୁଯାଇ ତାଙ୍କ ଘରୁ ଡ୍ରଗସ ମିଳିଥିଲା । ଯାହାକି ଡ୍ରଗସ କାରବାର ସହ ଲିଙ୍କ ଥିବା ସୁଚାଉଛି । ସୂଚନା ଅନୁଯାଇ ଶନିବାର ଏନସିବି ମୁମ୍ବାଇର ହାଜି ଅଲ୍ଲି ନିକଟରେ ଚଢାଉ କରିଥିଲା । ପରେ ସେଠାରେ ଡ୍ରଗସ ଡିଲର ଅଜୟ ସିଂଙ୍କୁ ଧରିଥିଲା । ତେବେ ଅଜୟଙ୍କୁ ପଚରାଉଚରା ପରେ ସେ ଅରମାନଙ୍କ ନାଁ କହିଥିଲେ। ଅରମାନଙ୍କୁ ଗିରଫ ପରେ ତାଙ୍କୁ ଦିନକ ପାଇଁ ରିମାଣ୍ଡରେ ନେଇଛି ନାର୍କୋଟେକ୍ସ କଣ୍ଟ୍ରୋଲ ବ୍ୟୁରୋ । ତେବେ ଏହି ଡ୍ରଗସ କେସରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ଅଧିକ ଖୋଳତାଡ କରୁଛି ଏନସିବି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା