Masthead

ପୋଲିସ ଭୁଲିଗଲା ମାନବିକତା

ଉଦଳା (ବଡ଼ ଖବର ବ୍ୟୁରୋ): ପୋଲିସ ଭୁଲିଗଲା ମାନବିକତା । ହେଲମେଟ୍ ଚେକିଂ ଆଳରେ ଜଣେ ଗର୍ଭବତୀ ଚାଲି ଚାଲି ୩ କିଲୋମିଟର ଦୂରରେ ଥିବା ଥାନାକୁ ଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ । ବିକ୍ରମ ବିରୁଲି ତାଙ୍କ ୮ମାସର ଗର୍ଭବତୀ ସ୍ତ୍ରୀଙ୍କୁ ବାଇକ ଧରି ଡାକ୍ତରଖାନା ଚେକ୍ ଅପ୍ ପାଇଁ ଯାଉଥିଲେ । ଶରତ ଛକ ନିକଟରେ ସ୍ଥାନୀୟ ପୋଲିସ ବିକ୍ରମଙ୍କୁ ଅଟକାଇଥିଲା ।

ବିକ୍ରମଙ୍କର ଗାଡ଼ିର କାଗଜପତ୍ର ଠିକ୍ ଥିବା ବେଳେ ସେ ହେଲମେଟ୍ ପିନ୍ଧିଥିଲେ । ମାତ୍ର ତାଙ୍କ ସ୍ତ୍ରୀ ହେଲମେଟ୍ ପିନ୍ଧି ନଥିବାରୁ ପୋଲିସ ଚାଲାଣ କାଟିଥିଲା । ପ୍ରତିବାଦ କରିଥିଲେ ବିକ୍ରମ । ମାତ୍ର ପୋଲିସ ବିକ୍ରମଙ୍କ ବାଇକକୁ ନିଜ ହେପାଜତକୁ ନେଇ ତାଙ୍କୁ ଜିପରେ ବସାଇ ଥାନାକୁ ନେଇଯାଇଥିଲା । ତାଙ୍କ ସ୍ତ୍ରୀ ଚେକିଂ ସ୍ପଷ୍ଟରୁ ଚାଲି ଚାଲି ଥାନାକୁ ଯାଇଥିଲେ । ଥାନା ଅଧିକାରିଣୀ ଜଣେ ମହିଳା ହୋଇ ମଧ୍ୟ ମାନବିକତା ଭୁଲିଗଲେ କେମିତି । ଏହି ଘଟଣା ପ୍ରଚାର ହେବାରୁ ଏସପି ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା