Masthead

ପୋଲିସ ଭୁଲିଗଲା ମାନବିକତା

ଉଦଳା (ବଡ଼ ଖବର ବ୍ୟୁରୋ): ପୋଲିସ ଭୁଲିଗଲା ମାନବିକତା । ହେଲମେଟ୍ ଚେକିଂ ଆଳରେ ଜଣେ ଗର୍ଭବତୀ ଚାଲି ଚାଲି ୩ କିଲୋମିଟର ଦୂରରେ ଥିବା ଥାନାକୁ ଗଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ । ବିକ୍ରମ ବିରୁଲି ତାଙ୍କ ୮ମାସର ଗର୍ଭବତୀ ସ୍ତ୍ରୀଙ୍କୁ ବାଇକ ଧରି ଡାକ୍ତରଖାନା ଚେକ୍ ଅପ୍ ପାଇଁ ଯାଉଥିଲେ । ଶରତ ଛକ ନିକଟରେ ସ୍ଥାନୀୟ ପୋଲିସ ବିକ୍ରମଙ୍କୁ ଅଟକାଇଥିଲା ।

ବିକ୍ରମଙ୍କର ଗାଡ଼ିର କାଗଜପତ୍ର ଠିକ୍ ଥିବା ବେଳେ ସେ ହେଲମେଟ୍ ପିନ୍ଧିଥିଲେ । ମାତ୍ର ତାଙ୍କ ସ୍ତ୍ରୀ ହେଲମେଟ୍ ପିନ୍ଧି ନଥିବାରୁ ପୋଲିସ ଚାଲାଣ କାଟିଥିଲା । ପ୍ରତିବାଦ କରିଥିଲେ ବିକ୍ରମ । ମାତ୍ର ପୋଲିସ ବିକ୍ରମଙ୍କ ବାଇକକୁ ନିଜ ହେପାଜତକୁ ନେଇ ତାଙ୍କୁ ଜିପରେ ବସାଇ ଥାନାକୁ ନେଇଯାଇଥିଲା । ତାଙ୍କ ସ୍ତ୍ରୀ ଚେକିଂ ସ୍ପଷ୍ଟରୁ ଚାଲି ଚାଲି ଥାନାକୁ ଯାଇଥିଲେ । ଥାନା ଅଧିକାରିଣୀ ଜଣେ ମହିଳା ହୋଇ ମଧ୍ୟ ମାନବିକତା ଭୁଲିଗଲେ କେମିତି । ଏହି ଘଟଣା ପ୍ରଚାର ହେବାରୁ ଏସପି ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ