Masthead

ଗାଜାର ଏକ ହସ୍ପିଟାଲ ଉପରେ ରକେଟ ମାଡ଼ , ୫୦୦ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ-ହମାସା ଯୁଦ୍ଧକୁ ହେଲାଣି ୧୧ ଦିନ । ଯୁଦ୍ଧ ବନ୍ଦ ହେବା ପରିବର୍ତ୍ତେ ଦିନକୁ ଦିନ ଆକ୍ରମଣାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି । ଯୁଦ୍ଧ ଭିତରେ ଆସିଛି ଏକ ଦୁଃଖ ଖବର । ଇସ୍ରାଏଲ୍ ସେନା ଗାଜାର ଏକ ଡାକ୍ତରଖାନା ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହମାସ ଏହି ଆକ୍ରମଣକୁ ଇସ୍ରାଏଲ୍ ଦ୍ୱାରା କରାଯାଇଥିବା ଦାବି କରୁଛି । ତେବେ ଇସ୍ରାଏଲ କିନ୍ତୁ ଏହି ଆକ୍ରମଣରେ କୌଣସି ସମ୍ପୃକ୍ତିକୁ ଅସ୍ୱୀକାର କରିଛି । ଇସ୍ରାଏଲ ଦାବି କରିଛି ଯେ ହସ୍ପିଟାଲ ଉପରେ ଯେଉଁ ରକେଟ୍ ମାଡ ହୋଇଛି ତାହା ପାଲେଷ୍ଟାଇନ ଦ୍ୱାରା ହୋଇଛି । କିନ୍ତୁ ଇସ୍ରାଏଲ ସେନା ଦ୍ୱାରା କେନ୍ଦ୍ରୀୟ ଗାଜାର ଅଲ ଅହଲି ହସ୍ପିଟାଲରେ ଏହି ଆକ୍ରମଣ ହୋଇଛି ବୋଲି ହମାସ ଦାବି କରିଛି ।

ଏହି ହସ୍ପିଟାଲକୁ ଗାଜା ଷ୍ଟ୍ରିପର ଶେଷ ଖ୍ରୀଷ୍ଟିଆନ ହସ୍ପିଟାଲ ବୋଲି କୁହାଯାଏ । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାବି କରିଛି ଯେ ଇସ୍ରାଏଲ ସେନା ସନ୍ଧ୍ୟାରେ ଅଲ ଅହଲି ଆବ୍ରି ବାପ୍ଟିଷ୍ଟ ହସ୍ପିଟାଲରେ ଏୟାର ଷ୍ଟ୍ରାଇକ୍ କରିଥିଲା, ଯେଉଁଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସୂଚନା ମିଳିଛି ଯେ ଜୋର୍ଡାନରେ ଥିବା ଇସ୍ରାଏଲ୍ ଦୂତାବାସ ଉପରେ ଆକ୍ରମଣ କରାଯାଇଛି । ତେବେ ପାଲେଷ୍ଟାଇନ ମଧ୍ୟ ଏହି ଆକ୍ରମଣକୁ ନିଶ୍ଚିତ କରି କହିଛି ଯେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଯୋଗୁଁ ଗାଜାର ଅଲ ଅହଲି ଆରବ ହସ୍ପିଟାଲରେ ବୋମା ମାଡ଼ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର