Masthead

ୟୁଏନଏସସି ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର): ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଭାରତ ରବିବାର ଦାୟିତ୍ୱ ଗ୍ରହଣ କରିଛି । ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେବେ । ଅଗଷ୍ଟମାସ ପାଇଁ ଭାରତ ଏହି ପଦବୀରେ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା । ବିଶେଷ କରି ଶାନ୍ତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ଲଢେଇକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବେ ।

ଭାରତ ଅଗଷ୍ଟ ୧୫ ରେ ଏହାର ୭୫ତମ ସ୍ୱଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସୁରକ୍ଷା ପରିଷଦର ନେତୃତ୍ୱ ନେବା ସମ୍ମାନର କଥା ବୋଲି ଜାତିସଂଘରେ ଭାରତର ରାଷ୍ଟ୍ରଦୂତ ଟି.ଏସ୍.ତିରୁମୂର୍ତ୍ତି କହିଛନ୍ତି । ଭାରତ ଗତ ଜାନୁୟାରୀ ୧ରୁ ଦୁଇ ବର୍ଷ ପାଇଁ ୟୁଏନଏସସି ଅସ୍ଥାୟୀ ସଦସ୍ୟ ରହିଛି । ସ୍ଥାୟୀ ସଦସ୍ୟ ଆମେରିକା, ଚାଇନା, ରୁଷିଆ, ବ୍ରିଟେନ୍ ଏବଂ ଫ୍ରାନ୍ସ ନିକଟରେ ଭିଟୋ ପାୱାର ରହିଛି ।

ଯଦି କୌଣସି ୪ ସଦସ୍ୟ ଏକ ପ୍ରସ୍ତାବ ପାରିତ କରିବାକୁ ଚାହୁଁଛନ୍ତି କିନ୍ତୁ ଅନ୍ୟ ଏକ ରାଷ୍ଟ୍ର ତାହାର ଭିଟୋ ପାୱାର ବ୍ୟବହାର କରେ । ତେବେ ଉକ୍ତ ପ୍ରସ୍ତାବ ପାସ୍ ହୋଇପାରିବ ନାହିଁ । ୟୁଏନଏସସି ଅଧ୍ୟକ୍ଷତା ପ୍ରତିମାସରେ ବଦଳିଥାଏ । ଇଂଲିଶ ବର୍ଣ୍ଣମାଳା ଅନୁସାରେ ଫ୍ରାନ୍ସ ପରେ ଏବେ ଭାରତର ପାଳି ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ