ଇତିହାସ ରଚିଲେ ପିଭି ସିନ୍ଧୁ

(ବଡ଼ ଖବର ବ୍ୟୁରୋ): ପୁଣି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି।

ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ। ରବିବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି।

ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗଦଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’