Masthead

ଆରମ୍ଭ ହେଲା ଭ୍ୟାକ୍ସିନେସନ ଅଭିଯାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ଆରମ୍ଭ ଭ୍ୟାକ୍ସିନେସନ ଅଭିଯାନ । ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କର ହେବ ଟିକାକରଣ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨ଦିନ ଛୁଟି ଥିଲେ ବି ହେବ ଟିକାକରଣ । ବିଏମସିର ୩ ଜୋନର ଜେଡିସିମାନେ ପ୍ରସ୍ତୁତ କରିଛନ୍ତି ତାଲିକା । ୬ଟି ବର୍ଗର ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ଚିଠା ପ୍ରସ୍ତୁତ ହୋଇଛି । ତେବେ ସରକାରୀ ହସ୍ପିଟାଲରେ ଦିନକୁ ୨୦୦ ଲୋକଙ୍କୁ ଟିକା ଦେବାକୁ ଟାର୍ଗେଟ ରଖାଯାଇଛି ।

ପ୍ରତି ହସ୍ପିଟାଲରେ ୨ଟି ଭ୍ୟାକ୍ସିନେଟର ଟିମ କରାଯାଇଛି । ପୂର୍ବରୁ ଗୋଟିଏ ଟିମ ୧୦୦ ଲୋକଙ୍କୁ ଭ୍ୟାକ୍ସିନେସନ କରୁଥିଲେ । ଅନ୍ୟପଟେ ଗୁରୁବାରଠୁ ଭୁବନେଶ୍ୱରର ୨୪ଟି ସରକାରୀ ହସ୍ପିଟାଲରେ ଟିକାକରଣ କରାଯିବ । ଏହାସହ ୩୧ ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ଘରୋଇ ହସ୍ପିଟାଲରେ ମୋବିଲାଇଜେସନ ୩୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ